www.samajalive.in
Monday, December 15, 2025
16.1 C
Bhubaneswar

ଜାତିଆଣ ଆକ୍ଷେପ ମାମଲା; ବର୍ଷାଙ୍କୁ ୩ ସପ୍ତାହ ଅନ୍ତରୀଣ ସୁରକ୍ଷା

କଟକ:ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି । ବର୍ଷାଙ୍କ ସହ ତାଙ୍କ ମାଆ ଦୀପା ସାହୁ ଏବଂ ଝିଆରି ଆୟୁସି ପ୍ରିୟଦର୍ଶିନୀଙ୍କୁ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ୩ ସପ୍ତାହ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳେଇଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ମାମଲା ହୋଇଥିଲା । ଏ ନେଇ ଦିଲ୍ଲୀ ଆଭେନିଉ ଥାନା ପୁଲିସ ପକ୍ଷରୁ ବର୍ଷା, ମା ଓ ଝିଆରୀଙ୍କୁ ନୋଟିସ କରାଯାଇଥିଲା । ଗତ ଜୁଲାଇ ୨୫ ତାରିଖରେ ଦିଲ୍ଲୀ ପୁଲିସ କଟକ ଆସି ପୁରୀଘାଟ ଥାନା ପୁଲିସ ଜରିଆରେ ଏହି ନୋଟିସ ଜାରି କରିଥିଲା । ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୁଲିସ୍‌ ନୋଟିସ୍‌ ଜାରି କରିବା ପରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀ ମଧ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଦିଲ୍ଲୀ ପୁଲିସ ଏସ୍‌.ସି ଓ ଏସ୍‌.ଟି ଆଇନ୍‌ ଅନୁଯାୟୀ ଏହି ମାମଲା ରୁଜୁ କରିଥିଲା।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories