www.samajalive.in
Monday, December 15, 2025
16.1 C
Bhubaneswar

କନ୍ଧମାଳରେ ବର୍ଷା ପ୍ରଭାବ: ଫୁଲବାଣୀ ସହର ଉବୁଟୁବୁ, ଡ଼୍ୟାମରେ ଭାସିଗଲେ ବାଇକ୍‍ ଆରୋହୀ

ଫୁଲବାଣୀ: ଲଘୁଚାପ ଜନିତ କାରଣ ଯୋଗୁଁ ଆଜି କନ୍ଧମାଳ ଜିଲାରେ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଫୁଲବାଣୀରେ ଅତି ପ୍ରବଳ ମାତ୍ରରେ ବର୍ଷା ହୋଇଥିଲା। ଦୀର୍ଘ ସମୟ ଧରି ବର୍ଷା ଫଳରେ ଫୁଲବାଣୀ ସହର ବର୍ଷା ପାଣିରେ ଉବୁଟୁବୁ ହୋଇ ପଡ଼ିଥିଲା। ବଜାରରେ ଆଣ୍ଠୁଏ ପାଣି ସହିତ ବିଭିନ୍ନ ସାହି ମାନଙ୍କରେ ମଧ୍ୟ ଏହି ସ୍ଥିତି ସୃଷ୍ଟି ହୋଇଥିଲା। ଅନବରତ ବର୍ଷା ଯୋଗୁଁ ଦୀର୍ଘ ସମୟ ଧରି ଯାତାୟତ ମଧ୍ୟ ସମ୍ଭବ ହୋଇ ପାରିନଥିଲା। ସେହିଭଳି ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସାହିରେ ଘରେ ପାଣି ପଶିଥିବା ଦେଖାଯାଇଛି।

ଅନ୍ୟପକ୍ଷରେ ଗତ କିଛିଦିନ ହେଲା ଲଗାଣ ବର୍ଷା ଯୋଗୁଁ ନଦୀଖଣ୍ଡି ସାହିରେ ଥିବା ଡ଼୍ୟାମ୍‍ରେ ପ୍ରାୟ ୪ ରୁ ୫ ଫୁଟ ପାଣି ଯୋଗୁଁ ଗତ କିଛିଦିନ ହେଲା ୨ ନମ୍ବର ୱାର୍ଡ଼ ସମୟରେ ଫୁଲବାଣୀ ବ୍ଲକର ଏକାଧିକ ପଂଚାୟତ ବିଛିନ୍ନ ହୋଇ ପଡ଼ିଥିଲା। ତେବେ ଗତକାଲି ଠାରୁ ପାଣି କମିଥିବା ଯୋଗୁଁ ଉକ୍ତ ପୋଲ ଦେଇ ଲୋକେ ଯାତାୟତ କରିବା ଆରମ୍ଭ କରିଥିବା ବେଳେ ବୁଧବାର ପୁଣିଥରେ ଲଗାଣ ବର୍ଷା ଫଳରେ ଉକ୍ତ ଡ୍ୟାମ୍‍ରେ ଜଳସ୍ତର ପୁଣିଥରେ ବୃଦ୍ଧି ପାଇଛି।

- Advertisement -

ଏଭଳି ସ୍ଥଳେ ଆଜି ରାତ୍ର ପ୍ରାୟ ୮ଟା ସମୟରେ ଉକ୍ତ ପୋଲ ଦେଇ ଜଣେ ବାଇକ୍‍ ଆରୋହି ପାଣି ମଧ୍ୟ ଦେଇ ଯାଉଥିବା ବେଳେ ହଠାତ୍‍ ପାଣି ସ୍ରୋତରେ ସେ ଭାସିଯାଇଥିବାର ଦେଖାଯାଇଛି। ଅଚାନକ ପାଣି ଆସିଥିବା ଯୋଗୁଁ ଡ଼୍ୟାମର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟରେ ଲୋକ ଠିଆ ହୋଇଥିବା ବେଳେ ସେହି ପାଣି ମଧ୍ୟ ଦେଇ ବାଇକ୍‍ ଆରୋହି ଯିବାକୁ ଉଦ୍ୟମ ବେଳେ ଏଭଳି ଘଟିଥିବା ଦେଖଣାହାରିମାନେ ପ୍ରକାଶ କରିଛନ୍ତି। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ବାଇକ୍‍ ଆରୋହୀଙ୍କର କୌଣସି ପ୍ରକାର ପରିଚୟ ମିଳିନଥିବା ବେଳେ ଖବର ପାଇଁ ଅଗ୍ନିସମ ବାହିନି ଓ ସ୍ୱେଚ୍ଛାସେବୀ ସଂଗଠନ ଟିମ୍‍ ହ୍ୟୁମାନିଟ୍‍ କନ୍ଧମାଳର ବହୁ ସଦସ୍ୟଙ୍କ ସମେତ ଅଞ୍ଚଳବାସୀ ପହଞ୍ଚି ଅକାତକାତ ପାଣିରେ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ କୌଣସି ପ୍ରକାର ସନ୍ଦାନ ମିଳନଥିବା ବେଳେ ଅନ୍ଧାର ମଧ୍ୟ କାଳ ସାଜିଛି ବୋଲି କୁହାଯାଇଛି। ତେବେ ବିଳମ୍ବିିତ ରାତ୍ର ପର୍ଯ୍ୟନ୍ତ ବିିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଳିଥିବାର ଦେଖାଯାଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories