www.samajalive.in
Sunday, December 14, 2025
16.1 C
Bhubaneswar

ଜୟନାରାୟଣଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବ୍ୟାପକ ପ୍ରସ୍ତୁତି

ସମ୍ବଲପୁର: ରାଜ୍ୟ ରାଜନୀତିର ଟାଣୁଆ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିରୋଧି ଦଳର ନେତା ରୂପେ ବିଧାନସଭାରେ ଦଳ ଦ୍ୱାରା ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ସମ୍ବଲପୁରକୁ ଆସୁଛନ୍ତି। ୨୦୧୯ ନିର୍ବାଚନରେ ବିଜେପି ମୁଖ୍ୟ ବିରୋଧି ଦଳ ହୋଇଥିବାରୁ ସମ୍ବଲପୁର ବିଧାନସଭା ରୁ ମଣ୍ଡଳୀରୁ ୪ ଥର ନିର୍ବାଚିତ ତଥା ଟାଣୁଆ ନେତା ଜୟନାରାୟଣ ମିଶ୍ରଙ୍କୁ ବିରୋଧି ଦଳର ପଦ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ରାଜନୀତିର ପଶାପାଲିରେ ତାହା ଓଲଟପାଲଟ ହେବା ପରେ ଗତ ମାସ ତାଙ୍କୁ ବିରୋଧି ଦଳର ନେତା ରୂପେ ଦଳ ଘୋଷଣା କରିଥିଲା। ବିରୋଧି ଦଳର ନେତା ରୂପେ ଜୟନାରାୟଣ ମିଶ୍ର ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ଦିନ ଅବସରରେ ବିଧାନସଭାରେ ତାଙ୍କର ଦାୟିତ୍ୱ ଗ୍ରହଣ କରିଥିଲେ। ଦୀର୍ଘ ୫ ଦଶନ୍ଧି ଧରି ଅପେକ୍ଷା କରିବା ପରେ ସମ୍ବଲପୁର ଭଳି ଗୁରୁତ୍ୱପୁର୍ଣ୍ଣ ବିଧାନସଭାର ବିଧାୟକଙ୍କୁ ଏହି ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ମିଳି ଥିବାରୁ ଦଳ ସମେତ ଜନତାଙ୍କ ମଧ୍ୟରେ ଖୁସି ରହିଛି।

ବିରୋଧି ଦଳର ନେତା ପଦ ସମ୍ଭାଳିବା ପରେ ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଅଚାନକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ସରକାରୀ ଔପଚାରିକତା ପୂରଣ ପରେ ଆସନ୍ତା ୨୭ ତାରିଖରେ ରାଜଧାନୀ ଭୁବନେଶ୍ୱରରୁ ସମ୍ବଲପୁର ଜିଲାକୁ ଆସୁଛନ୍ତି। ୨୭ ତାରିଖ ଅପରାହ୍ନରେ ଭୁବନେଶ୍ୱରରୁ ସଡକ ପଥରେ ଶ୍ରୀ ମିଶ୍ର ରେଢ଼ାଖୋଲ ଆସି ସେଠାରେ ରାତ୍ରି ରହଣି କରିବେ। ଏଣୁ ରେଢ଼ାଖୋଲ ଠାରେ ଶ୍ରୀ ମିଶ୍ରଙ୍କୁ କର୍ମୀ ଓ ଜନତା ଭବ୍ୟ ସମ୍ବର୍ଦ୍ଧନା ଦେବେ। ଏହା ପରେ ରେଢ଼ାଖୋଲରୁ ୨୮ ତାରିଖ ରବିବାର ସକାଳୁ ସମ୍ବଲପୁର ଅଭିମୁଖେ ଯାତ୍ରା ସମୟରେ ରାସ୍ତାରେ ଯୁଯୁମୁରା ଓ ମାନେଶ୍ୱର ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ସମ୍ବଲପୁର ପହୁଞ୍ôଚବା ପରେ ଧନୁପାଲି ଛକରୁ ଏକ ମୋଟର ସାଇକେଲ ରାଲିରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ଙ୍କ ମନ୍ଦିରକୁ ଯାଇ ଆର୍ଶିବାଦ ଭିକ୍ଷା କରିବେ। ଏହା ପରେ ଜିଲା ଭାଜପା କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

- Advertisement -

ଏହି ମର୍ମରେ ବୁଧବାର ସନ୍ଧ୍ୟା ସମୟରେ ଜିଲା ଭାଜପା ଅଧ୍ୟକ୍ଷ ଗିରିଶ ପଟେଲ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରାକ ପ୍ରସ୍ତୁତି ବୈଠକରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ସାଧାରଣ ସମ୍ପାଦକ ଅନୀଲ ବେହେରା, ସମୀର ରଞ୍ଜନ ବାବୁ, ଫଣି ଭୂଷଣ ମିଶ୍ର, ସୁଶାନ୍ତ କୁମାର ପୁରୋହିତ, ଦେବେନ୍ଦ୍ର ମହାପାତ୍ର, ଅଶ୍ୱିନୀ ମାଝୀ, ଗିରିଜା ସାହୁ, ସରୋଜ କୁମାର ଘଡେଇ, ରୂପେଶ କୁଅଁର, ମାନସ ରଞ୍ଜନ ବକ୍ସୀ, ଦୟାନିଧି ପ୍ରଧାନ, ଶିବ ଦିୱାନ, କାହ୍ନୁରାମ ଶର୍ମା, ସୁରେଶ ଶର୍ମା, ଉଲ୍ଲାସ ବାରିକ, ବଳରାମ ମହାପାତ୍ର, ଦିଲୀପ କୁମାର ମହାପାତ୍ର, ମହେନ୍ଦ୍ର କୁମାର ଭୋଇ, ପିଣ୍ଟୁ ଓରାମ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories