www.samajalive.in
Sunday, December 14, 2025
16.1 C
Bhubaneswar

ରାସ୍ତାନିର୍ମାଣରେ ସାଜିଛି ବାଧକ ଜଙ୍ଗଲଜମି

ଗୁରୁଡିଝାଟିଆ: ରାଧାକୃଷ୍ଣପୁର ପଞ୍ଚାୟତର ରାଧିକାପାଟିକା ସାହି ର ରାସ୍ତା ଓ ପୋଲ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଛି ୩୦ଲକ୍ଷରୁ ଅଧିକ ଟଙ୍କା। ହେଲେ ଜଙ୍ଗଲଜମି ଓ ବ୍ୟକ୍ତିଗତ ଜମି ରାସ୍ତା ନିର୍ମାଣରେ ବାଧକ ସାଜିଛି। ଏଥିପାଇଁ ଉଚ୍ଚ ସ୍ତରରେ ଆଲୋଚନା କରାଯାଇ ଖୁବଶୀଘ୍ର ସମାଧାନର ସୁତ୍ର ବାହାରିବା ସହ ରାସ୍ତାକାର୍ଯ୍ୟ ଆରମ୍ଭ ହେବ। ହେଲେ କିଛି ଖର ପ୍ରକୃତିର ବ୍ୟକ୍ତିବିଶେଷ ଜନଜାତିଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ମନଭିତରେ ବିଷମଞ୍ଜି ବୁଣୁଛନ୍ତି ବୋଲି ଆଜି ମୁଶୁଳିଆ ଠାରେ ରାଧାକୃଷ୍ଣପୁର ପଞ୍ଚାୟତର ଜନସାଧାରଣ ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିବା ସହ କୁଚକ୍ରୀମାନଙ୍କ ଚକ୍ରାନ୍ତ କେବେ ସଫଳ ହେବ ନାହିଁ ବୋଲି କହିଥିଲେ। ରାଧିକାପାଟିକା ସାହିରେ ୪୦ ରୁ ୫୦ଜଣ ଜନଜାତି ଜନସାଧାରଣ ରହୁଥିବା ବେଳେ ସେମାନଙ୍କୁ ସରକାରୀ ଗୃହ,ବିଦ୍ୟୁତ୍ ସଂଯୋଗ,ପଡିକାର୍ଡ ଆଦି ଯୋଗାଇ ଦିଆଯାଇଅଛି। ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ୨୦୨୧ ମସିହାରେ ୧୦ଲକ୍ଷ ୪୭ହଜାର ୩୦୭ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ପଞ୍ଚଦଶ ରାଜ୍ୟ ଅର୍ଥକମିସନ ଙ୍କ ଅନୁଦାନରେ ୭ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିଭଳି ପଞ୍ଚାୟତ ପକ୍ଷରୁ ମଧ୍ୟ ଦୁଇଥରରେ ୫ଲକ୍ଷ ଲେଖାଏଁ ୧୦ଲକ୍ଷଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି। ବେସରକାରୀ ଜମି ମାଲିକଙ୍କ ଠାରୁ ଜମି ଅଧିଗ୍ରହଣ କରାଯିବ ଏବଂ ଜଙ୍ଗଲଜମି ସଂପର୍କରେ ଆଲୋଚନା କରାଯାଇ ରାସ୍ତା ନର୍ମାଣ କରାଯିବ ବୋଲି ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟା ମିନତୀ ଗାଗରାଇ,ସୋମା ସଏ ଓ ଶିବରାମ ହେମ୍ବ୍ରମ ଆଦି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଉପରୋକ୍ତ ମତପ୍ରକାଶ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories