www.samajalive.in
Sunday, December 14, 2025
26.1 C
Bhubaneswar

ବନ୍ୟାର ୮ଦିନ ପରେ ସ୍ୱାଭାବିକ ହେଲା ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାନବାହାନ ଚଳାଚଳ

ଗୁରୁଡିଝାଟିଆ: ମହାନଦୀର ବନ୍ୟାରେ ମଞ୍ଚେଶ୍ୱର କଖଡି, ଧୁରୁଷିଆ,ଅନନ୍ତପୁର ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା। ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ ଘଣ୍ଟିଖାଲ ପର୍ଯ୍ୟନ୍ତ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ଫଳରେ ୮ ଦିନ ଧରି ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଆଜି ସକାଳୁ ନିଧିପୁର ଗଡା ନିକଟରେ ବନ୍ୟାଜଳ ହ୍ରାସ ପାଇଥିବାରୁ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି। ଫଳରେ ପଶ୍ଚିମ ଓଡିଶା ର ଅନୁଗୁଳ,ସମ୍ବଲପୁର ଜିଲ୍ଲାରୁ କଟକ ଭୂବନେଶ୍ୱର ଯିବା ପାଇଁ ଏହି ରାସ୍ତା ସୁଗମ ହୋଇଛି। ବନ୍ୟା ସମୟରେ ଦୀର୍ଘ ୮ ଦିନ ଧରି ରାସ୍ତାରେ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଥିବାରୁ ଗାଡିଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏପରିକି ଜଣେ ଗାଡିଚାଳକ ପୁରୀରୁ ଅନୁଗୁଳ ଯାଉଥିବା ବେଳେ ବନ୍ୟାଜଳରେ ଭାସିଯାଇଥିଲା। ସ୍ଥାନୀୟ ଜନସାଧାରଣ ଓ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ପରେ କାରରେ ଥିବା ୪ଜଣ ଉଦ୍ଧାର ପାଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories