www.samajalive.in
Friday, December 12, 2025
16.1 C
Bhubaneswar

ହବିଷ୍ୟାଳିଙ୍କୁ ମିଳିବ ମାଗଣା ଅବଢ଼ା, ଆବାସ

ପୁରୀ : ଆଗାମୀ କାର୍ତ୍ତିକ ମାସରେ ୨ହଜାର ହବିଷ୍ୟାଳିଙ୍କୁ ଜିଲା ପ୍ରଶାସନ ପକ୍ଷରୁ ମାଗଣା ଆବାସ ଏବଂ ମହାପ୍ରସାଦ ଯୋଗାଇ ଦିଆଯିବ। ଶନିବାର ସନ୍ଧ୍ୟାସୁଦ୍ଧା ୭ଶହ ହବିଷ୍ୟାଳି ଏଥିପାଇଁ ଦରଖାସ୍ତ କରିଛନ୍ତି। ଶ୍ରୀଜଗନ୍ନାଥ ବଲ୍ଳଭ ମଠ, ରେଳ ପର୍ଯ୍ୟଟନ କମ୍ପେ୍ଲକ୍ସ, ମୋଚିସାହି କଲ୍ୟାଣ ମଣ୍ଡପ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅସ୍ଥାୟୀ ଯାତ୍ରୀନିବାସ ଖୋଲାଯାଇ ସେଠାରେ ହବିଷ୍ୟାଳିଙ୍କୁ ରଖାଯିବ। ରେଳଷ୍ଟେସନ ଓ ବସ୍‍ଷ୍ଟାଣ୍ଡରେ ହେଲପ୍‍ ଡେକ୍ସ ଖୋଲାଯିବାକୁ ଶନିବାର ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି। ଦରଖାସ୍ତ ଗ୍ରହଣ ସମୟ ଆଗାମୀ ୨୦ତାରିଖକୁ ବୃଦ୍ଧି କରାଯାଇଛି। ଜିଲାପାଳ ଜ୍ୟୋତି ପ୍ରକାଶ ଦାସ ସେଥିରେ ଅଧ୍ୟକ୍ଷତା କରିଥିଲେ। ହବିଷ୍ୟାଳି ଶିବିରରେ ଆଶୁଚିକିତ୍ସା କେନ୍ଦ୍ର, ଶୌଚାଳୟ, ପାନୀୟଜଳ ଯୋଗାଣ, ଅଗ୍ନିନିର୍ବାପନ ଏବଂ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ।
ଚଳିତମାସ ୨୪ତାରିଖ ସୁଦ୍ଧା ହବିଷ୍ୟାଳିମାନେ ପୁରୀରେ ପହଞ୍ଚିବେ। ଶ୍ରୀମନ୍ଦିର ପ୍ରଶାସନକୁ ମହାପ୍ରସାଦ ଯୋଗାଇବା ଦାୟିତ୍ୱ ଦିଆଯାଇଛି। ହବିଷ୍ୟାଳିଙ୍କ କାର୍ତ୍ତିକ ସ୍ନାନ ପାଇଁ ପଞ୍ଚତୀର୍ଥ ପୁଷ୍କରିଣୀରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ସହ ତାଲିମପ୍ରାପ୍ତ ଲାଇଫଗାର୍ଡ ନିୟୋଜିତ କରାଯିବ। ହବିଷ୍ୟାଳି ଶିବିରରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାତାୟାତ ନିମନ୍ତେ ପରିବହନ ବ୍ୟବସ୍ଥା କରାଯିବ। ହବିଷ୍ୟାଳିଙ୍କ ପାଇଁ ରାଧାଦାମୋଦର ପୂଜା, ଆକାଶଦୀପ, କାର୍ତ୍ତିକ ପୁରାଣ ପାଠ ଏବଂ ଆଧ୍ୟାତ୍ମିକ ପ୍ରବଚନ ଆୟୋଜନ କରାଯିବ। ପ୍ରତି ଶିବିରରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ରଖାଯିବ। ସ୍ୱତନ୍ତ୍ର ପରିମଳ ବ୍ୟବସ୍ଥା ନିମନ୍ତେ ପୌରସଂସ୍ଥାକୁ ନିର୍ଦେଶ ଦିଆଯାଇଛି। ହବିଷ୍ୟାଳିଙ୍କୁ ପ୍ରଶାସନ ପକ୍ଷରୁ ଫଟୋ ପରିଚୟପତ୍ର ପ୍ରଦାନ କରାଯିବ। ପ୍ରତ୍ୟେକ ଶିବିରରେ ଦିନରାତି ୨୪ଘଣ୍ଟା ସରକାରୀ ଅଫିସର ଓ କର୍ମଚାରୀ ତଦାରଖ ଦାୟିତ୍ୱରେ ରହିବେ। ହବିଷ୍ୟାଳିଙ୍କୁ ଦିନକୁ ଗୋଟିଏ ଓଳି ଅବଢା ଖାଇବାକୁ ଦିଆଯିବ ବୋଲି ଜିଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି। ୨ହଜାରରୁ ୨୫୦୦ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଉଛି। ଅନ୍ୟ ଜିଲାପାଳମାନେ ଗ୍ରହଣ କରିଥିବା ଦରଖାସ୍ତ ୨୦ତାରିଖ ସୁଦ୍ଧା ପଠାଇବାକୁ ପରାମର୍ଶ ଦିଆଯାଇଛି। ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝି, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ଉପଜିଲାପାଳ ଭବତାରଣ ସାହୁ, ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ମହାନ୍ତି, ଡେପୁଟି କଲେକ୍ଟର (ରାଜସ୍ୱ) ଲକ୍ଷ୍ମୀଧର ମହାରଣା, ପୌରସଂସ୍ଥା ଏନ୍‍ଫୋର୍ସମେଣ୍ଟ ଅଫିସର ଶ୍ୟାମସୁନ୍ଦର ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭାସ୍କର ଚନ୍ଦ୍ର ସାମନ୍ତରାୟ, ରାସ୍ତା ଓ ଗୃହନିର୍ମାଣ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରା, ଜନସ୍ୱାସ୍ଥ୍ୟ ନିର୍ବାହୀଯନ୍ତ୍ରୀ ଶରତ କୁମାର ମିଶ୍ର, ସେସୁ ନିର୍ବାହୀଯନ୍ତ୍ରୀ ଶିବପ୍ରସାଦ ସ୍ୱାଇଁ, ସହକାରୀ ପର୍ଯ୍ୟଟନ ନିର୍ଦେଶକ ବିଜୟ କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ବୈଠକରେ ଉପସ୍ଥିତ ଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories