କୃତୀବିଦ୍ୟାର୍ଥୀ ଦେଶ ଓ ଦଶ ପାଇଁ ଗୌରବ ଆଣିଥାଏ

ମୋ ପାଠଶାଳା ଶିକ୍ଷାନୁଷ୍ଠାନର ପ୍ରତିଭା ସମ୍ମାନ ଉତ୍ସବ

ଗୁରୁଡିଝାଟିଆ : କୃତୀ ବିଦ୍ୟାର୍ଥୀ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଦେଶ ଓ ଦଶ ପାଇଁ ଆଣିଦିଏ ଗୌରବ। ସମାଜ ତା’ ଠାରୁ ଆଶା ରଖିଥାଏ ଅନେକ କିଛି । ନିଷ୍ଠା, ଏକାଗ୍ରତା ଓ ଲକ୍ଷ୍ୟକୁ ଅତୁଟ ରଖି ଦୃଢ ପରିଶ୍ରମ କରି ପ୍ରତିକୂଳ ପରିବେଶ ଭିତରେ ନିଜକୁ ଗଢିତୋଳି ଆଗକୁ ବଢିଲେ ସଫଳତା ନିଶ୍ଚୟ ମିଳିପାରିବ ବୋଲି କୁମାରପୁରସ୍ଥିତ ମୋ ପାଠଶାଳା ଶିକ୍ଷାନୁଷ୍ଠାନର ପ୍ରତିଭା ସମ୍ମାନ ସମାରୋହରେ ପ୍ରଫେସର ଡଃ ଜିତେନ୍ଦ୍ର କୁମାର ପତି ଅତିଥି ଭାବରେ ଯୋଗଦେଇ ମତ ପ୍ରକାଶ କରିବା ସହ କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ମାନୀତ କରିଥିଲେ । ବରିଷ୍ଠ ଶିକ୍ଷକ ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ମୁଖ୍ୟ ଅତିଥି, ସାହିତ୍ୟିକ ସୁବାସ କୁମାର ନାୟକ ମୁଖ୍ୟବକ୍ତା, ଅନୁଷ୍ଠାନର ପ୍ରତିଷ୍ଠାତା ଅଭିନାଶ ପଣ୍ଡା, କୁମାରପୁର ଗ୍ରାମ କମିଟି ସଭାପତି ରବିନ୍ଦ୍ର କୁମାର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗ୍ରାମ ପରିବେଶ ଭିତରେ ଗଢିଉଠିଥିବା ଶିକ୍ଷାନୁଷ୍ଠାନର ସଫଳତାର ମୁକସାଖି ହେଉଛନ୍ତି କୃତୀ ବିଦ୍ୟାର୍ଥୀ। ଉଚ୍ଚକୋଟୀର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥିବାରୁ ଶିକ୍ଷାନୁଷ୍ଠାନକୁ ଉପସ୍ଥିତ ଅତିଥିବୃନ୍ଦ ସାଧୁବାଦ ଜଣାଇବା ସହ ବିଦ୍ୟାର୍ଥୀମାନେ ଭଲ ଓ ବଡ ମଣିଷ ହେବା ପାଇଁ କହିଥିଲେ । କୃତୀ ବିଦ୍ୟାର୍ଥୀ ପ୍ରଜ୍ଞା ପରମିତା ସ୍ୱାଇଁ, କାଦମ୍ବିନୀ ବିଶୋଇ, ସ୍ଥିତିପ୍ରଜ୍ଞା ନାୟକ, ଖୁସବୁ ବେହେରା, ସଲୋନି ବେହେରା ପ୍ରମୁଖଙ୍କ  ସହିତ ଅନୁଷ୍ଠାନର ସୌଭାଗ୍ୟ ମିଶ୍ର, ବଳରାମ ମାଝି, ସସ୍ମୀତା ନାୟକ, ସସ୍ମୀତା ସ୍ୱାଇଁ, କାହ୍ନୁ ଚରଣ ନାୟକ ଓ ପ୍ରତାପ ରାଉତ ପ୍ରମୁଖ ଶିକ୍ଷକଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

kalyan agarbati

Comments are closed.