www.samajalive.in
Sunday, December 14, 2025
23.1 C
Bhubaneswar

ଏରେଣ୍ଡେଇ ଗ୍ରାମରୁ ବ୍ରାହ୍ମଣ ପରିବାର ନିରୁଦ୍ଧିଷ୍ଟ

ପାଟଣା: ଦୀର୍ଘ ବର୍ଷ ଧରି ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମର ବାସିନ୍ଦା ହୋଇଥିବା ନରେନ୍ଦ୍ର ମିଶ୍ରଙ୍କ ପରିବାର ଗତ ଗୁରୁବାର ରାତିରୁ ନିରୁଦ୍ଧିଷ୍ଟ ଅଛନ୍ତି । ଦୀର୍ଘ ୨୦ ବର୍ଷରୁ ଅଧିକ ହେବ ନରେନ୍ଦ୍ର ମିଶ୍ରଙ୍କ ପରିବାର ଏରେଣ୍ଡେଇ ଗ୍ରାମକୁ ଆସି ବ୍ରାହ୍ମଣ କର୍ମ କରି ଆଖପାଖ ଗ୍ରାମବାସୀଙ୍କ ଆସ୍ଥା ଭାଜନ ହୋଇଥିଲେ । ଏପରି କି ତାଙ୍କ କାର୍ଯ୍ୟ ଧାରାରେ ଖୁସି ହୋଇ ଏରେଣ୍ଡେଇ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଖଣ୍ଡେ ଜାଗା ମଧ୍ୟ ଘର କରିବା ପାଇଁ ଦେଇଥିଲେ । ସେହି ଜାଗାରେ ଘର କରି ନରେନ୍ଦ୍ର ମିଶ୍ରଙ୍କ ୫ ଜଣିଆ ପରିବାର ସେଠାରେ ରହି ଆସୁଥିଲେ । ତେବେ କେଉଁ କାରଣରୁ ନରେନ୍ଦ୍ର ମିଶ୍ରଙ୍କ ପରିବାର ରାତାରାତି ଏରେଣ୍ଡେଇ ଛାଡିଦେଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଗ୍ରାମର କିଛି ଲୋକ ଫେସବୁକ ପୃଷ୍ଠାରେ ନରେନ୍ଦ୍ର ମିଶ୍ର ନିଖୋଜ ଥିବା ବାର୍ତ୍ତା ଛାଡି ଥିବା ବେଳେ ପ୍ରକୃତରେ ନରେନ୍ଦ୍ରଙ୍କ ପରିବାର ନିଖୋଜ ନା ଅନ୍ୟ କିଛି ଅଛି ତାହା ତଦନ୍ତ ସାପେକ୍ଷ ହୋଇପଡିଛି । ତେବେ ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଲକ୍ଷ ଲକ୍ଷ ଟଙ୍କା ଲୋକ ମାନଙ୍କ ଠାରୁ ଉଧାର ନେବା ପରେ ସୁଝିବାର ସାମର୍ଥ୍ୟ ନଥିବାରୁ ତାଙ୍କ ପରିବାର ଏରେଣ୍ଡେଇ ଛାଡ଼ିଥାଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ବିଭିନ୍ନ ବ୍ୟକ୍ତି ବିଶେଷ ଓ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ ଶ୍ରୀ ମିଶ୍ରଙ୍କ ବହୁ ଟଙ୍କା ଋଣ ଆକାରରେ ନେଇ ସୁଜି ନଥିବା ମଧ୍ୟ ସୂଚନା ମିଳିଛି । ଶ୍ରୀ ମିଶ୍ରଙ୍କ ଘରଟି ଏବେ ସମ୍ପୂର୍ଣ୍ଣ ଖୋଲା ପଡିଥିବା ଦେଖିବାକୁ ମିଳିଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories