www.samajalive.in
Saturday, December 13, 2025
14.1 C
Bhubaneswar

ଧାନବେଣୀ ଗାଁରେ ଦେଶକରମ ପର୍ବ ପାଇଁ କାର୍ଯ୍ୟକାରୀ ସମିତି ଗଠିତ

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଧାନବେଣୀ ଗ୍ରାମରେ କୁଡୁମି ସମୁଦାୟଙ୍କ ପ୍ରମୁଖ ପର୍ବ ଦେଶକରମ ପର୍ବ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭ ଯାଏଁ ଧୁମଧାମରେ ଅନୁଷ୍ଠିତ ହେବାକୁ ଯାଉଛି । କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଧାନବେଣୀରେ ହେବା ସହ କାର୍ଯ୍ୟକ୍ରମ ପରିଚାଳନା ସମିତି ଗଠନ କରାଯାଇଛି । ଏହି ସମିତି ପାଣ୍ଠି ସଂଗ୍ରହ, ସାଂସ୍କୃତିକ କାର୍ଯ୍ୟକ୍ରମ, ଜାୱା ଉଠା, ମଣ୍ଡପ ପରିଚାଳନା ଆଦି କିପରି ସୁଚାରୁ ରୂପେ କରିବା ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ସମିତିର ଉପଦେଷ୍ଟା ଭାବେ ତୁଳସୀ ମହାନ୍ତ, ମନୋହର ମହାନ୍ତ, ସତ୍ୟନାରାୟଣ ମହାନ୍ତ ଓ ଲକ୍ଷ୍ମୀଧର ମହାନ୍ତ ମନୋନୀତ ହୋଇଥିବା ବେଳେ ସଭାପତି ଭାବେ ଜୟନ୍ତୀ ମହାନ୍ତ, ଉପସଭାପତି ଭାବେ ବିରଞ୍ଚି କୁମାର ମହାନ୍ତ, ସମ୍ପାଦକ ଗୌରହରି ମହାନ୍ତ, କୋଷାଧ୍ୟକ୍ଷ ଭାବେ ସୁକାନ୍ତ ମହାନ୍ତ ମନୋନୀତ ହୋଇଛନ୍ତି । ପ୍ରସ୍ତୁତି ବୈଠକରେ ଓଡ଼ିଶା କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ,୨୩ ନଂ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, କୁଡୁମିସେନା ପାଟଣା ବ୍ଲକ ସଭାପତି ଅଶୋକ କୁମାର ମହାନ୍ତ, ଓ ସମ୍ପାଦକ ତ୍ରିନାଥ ମହାନ୍ତ ପ୍ରମୁଖ ସାମିଲ ରହି କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories