www.samajalive.in
Monday, December 8, 2025
20.1 C
Bhubaneswar

ଧାନବେଣୀ ଗାଁରେ ଦେଶକରମ ପର୍ବ ପାଇଁ କାର୍ଯ୍ୟକାରୀ ସମିତି ଗଠିତ

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଧାନବେଣୀ ଗ୍ରାମରେ କୁଡୁମି ସମୁଦାୟଙ୍କ ପ୍ରମୁଖ ପର୍ବ ଦେଶକରମ ପର୍ବ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭ ଯାଏଁ ଧୁମଧାମରେ ଅନୁଷ୍ଠିତ ହେବାକୁ ଯାଉଛି । କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଧାନବେଣୀରେ ହେବା ସହ କାର୍ଯ୍ୟକ୍ରମ ପରିଚାଳନା ସମିତି ଗଠନ କରାଯାଇଛି । ଏହି ସମିତି ପାଣ୍ଠି ସଂଗ୍ରହ, ସାଂସ୍କୃତିକ କାର୍ଯ୍ୟକ୍ରମ, ଜାୱା ଉଠା, ମଣ୍ଡପ ପରିଚାଳନା ଆଦି କିପରି ସୁଚାରୁ ରୂପେ କରିବା ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ସମିତିର ଉପଦେଷ୍ଟା ଭାବେ ତୁଳସୀ ମହାନ୍ତ, ମନୋହର ମହାନ୍ତ, ସତ୍ୟନାରାୟଣ ମହାନ୍ତ ଓ ଲକ୍ଷ୍ମୀଧର ମହାନ୍ତ ମନୋନୀତ ହୋଇଥିବା ବେଳେ ସଭାପତି ଭାବେ ଜୟନ୍ତୀ ମହାନ୍ତ, ଉପସଭାପତି ଭାବେ ବିରଞ୍ଚି କୁମାର ମହାନ୍ତ, ସମ୍ପାଦକ ଗୌରହରି ମହାନ୍ତ, କୋଷାଧ୍ୟକ୍ଷ ଭାବେ ସୁକାନ୍ତ ମହାନ୍ତ ମନୋନୀତ ହୋଇଛନ୍ତି । ପ୍ରସ୍ତୁତି ବୈଠକରେ ଓଡ଼ିଶା କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ,୨୩ ନଂ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, କୁଡୁମିସେନା ପାଟଣା ବ୍ଲକ ସଭାପତି ଅଶୋକ କୁମାର ମହାନ୍ତ, ଓ ସମ୍ପାଦକ ତ୍ରିନାଥ ମହାନ୍ତ ପ୍ରମୁଖ ସାମିଲ ରହି କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories