www.samajalive.in
Thursday, December 11, 2025
27.1 C
Bhubaneswar

ବନ୍ୟାପୀଡ଼ିତଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଲେ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ବିଦ୍ୟାର୍ଥୀ

ଗୋପାଳପୁର: ସମଗ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଲୋକେ ଜଳବନ୍ଦୀ ହୋଇ ରହିବା ସହ ଭୋକ ଉପବାସରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । ଏପରି ସମୟରେ ବ୍ରହ୍ମପୁର ଉପକଣ୍ଠ ଶିତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର କିଛି ବିଦ୍ୟାର୍ଥୀଙ୍କ ପ୍ରୟାସ ଯୋଗୁଁ ଜଳଘେରରେ ଥିବା ଅନେକ ଲୋକଙ୍କ ମୁହଁରେ ଚେନାଏ ହସ ଭରିଦେଇଛି । ନିଜ ଶିକ୍ଷାନୁଷ୍ଠାନରୁ  ଯାଇ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବନ୍ୟା ସମୟରେ ଲୋକଙ୍କ ନିକଟରେ ସହାୟତା ସାମଗ୍ରୀ ନେଇ ସ୍ବେଚ୍ଛାସେବୀ ଛାତ୍ରମାନେ ପହଞ୍ଚିଛନ୍ତି । ଲୋକଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଶାଧୂପ, ମହମବତୀ, ଦିଆସିଲି ଓ ମେଡିସିନ ସାଙ୍ଗକୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ସମୟରେ ସେମାନଙ୍କ ନିକଟରେ ଛିଡ଼ା ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏମାନଙ୍କୁ ଏସବୁ ପାଇଁ କେହି ଆର୍ଥିକ ଅନୁଦାନ କିମ୍ବା ସହାୟତା କରିନାହାଁନ୍ତି । ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ସେମାନଙ୍କ ପକେଟ ମନିରୁ ୧୦ ଟଙ୍କା, ୫ଟଙ୍କା, ୫୦ ଟଙ୍କା ଓ ୧୦୦ ଟଙ୍କା ସ୍ବେଚ୍ଛାକୃତ ଭାବେ ଛୋଟ ଛୋଟ ଅର୍ଥରାଶିକୁ ଏକଜୁଟ କରି ଲୋକଙ୍କ ଦୁଃଖଦାୟକ ସ୍ଥିତି ସମୟରେ ସେମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଗତକାଲି ରବିବାର ମହାବିଦ୍ୟାଳୟର ଛୁଟିଦିନକୁ ଲକ୍ଷ୍ୟ କରି ପାଠପଢ଼ାରୁ ସମୟ ବାହାର କରି ଶୁଭମ ସାମଲ, ଚନ୍ଦ୍ର ଶେଖର ଦାସ, ପ୍ରିୟାଶୁ° ଦାସ, ବିଶ୍ୱଜିତ ନାୟକ, ସାହିଲ ବିଶ୍ୱାଳ, ସଂଗ୍ରାମ କେଶରୀ ସାହୁ, ସୁମନ ବେହେରା, ସୌମ୍ୟ ରଞ୍ଜନ ପାତ୍ର, ଜୟ ପ୍ରକାସ ଦାସ, ଜୀବନଜ୍ୟୋତି ସାମନ୍ତ ସିଂହାର ଓ ରାହୁଲ ପ୍ରମୁଖ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଚମ୍ପରୀ ଓ କାଉଡିଆପୁର ବନ୍ୟା ପ୍ରପୀଡିତ ଗାଁରେ ପହଞ୍ଚି ସହଯୋଗ କରିବା ସହିତ ବନ୍ୟାକୁ ମୁକାବିଲା କରିବା ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ ।

 

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories