www.samajalive.in
Monday, December 15, 2025
27.1 C
Bhubaneswar

ଜିଲ୍ଲା ଠିକାଦାର ସଂଘର ନିର୍ବାଚନ; ସଭାପତି ହେଲେ ଅଭୟ ପଟ୍ଟନାୟକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଠିକାଦାର ସଂଘର ସାଧାରଣ ପରିଷଦ ବୈଠକ ଫୁଲବାଣୀ ଠିକାଦାର ସଂଘର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ପରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବ ସମ୍ମତି କ୍ରମେ ନୂତନ ସଭାପତି ଭାବେ ଅଭୟ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳ ଉପସଭାପତି ଭାବେ ଜତିନ କୁମାର ସାହୁଙ୍କୁ ନିର୍ବାଚିତ କରାଯାଇଛି । ସେହିଭଳି ସାଧାରଣ ସମ୍ପାଦକ ଭାବେ ପ୍ରେମଚାନ୍ଦ ତ୍ରିପାଠୀ ଏବଂ ଯୁଗ୍ମସମ୍ପାଦକ ଭାବରେ ଶିବଶଙ୍କର ବେହେରା ଓ କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ମହାନ୍ତି ମନୋନିତ ହୋଇଛନ୍ତି ।

ସଂଘର ଉପଦେଷ୍ଠା ଭାବେ କୁମରାଜ ପ୍ରଧାନ, ସୁଧୀର କହଁର ଓ ଶିବଶଙ୍କର ସାହାଣୀଙ୍କୁ ଚୟନ କରାଯାଛି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବରେ ବସନ୍ତ କୁମାର ପାଢୀ, ବସନ୍ତ କୁମାର ମୁନୀ, ସୂର୍ଯ୍ୟକାନ୍ତ ଦାସ, ପାର୍ଥସାରଥି ବିଶ୍ୱାଳ, ଆଶିଷ କୁମାର ମହାନ୍ତି, ଶଙ୍କର ପ୍ରଧାନ, ପ୍ରମୋଦ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ବେହେରା , ମହମ୍ମଦ ହାଫିଜ୍‌, ଅମିତ କୁମାର ସେନାପତି ଓ ତୁଷାରବିନ୍ଦୁ ପଟ୍ଟନାୟକ ପ୍ରମୁଖଙ୍କ ଚୟନ କରାଯାଇଛି । ଆଗାମୀ ଦିନରେ ସଂଘର ଏବଂ ସଦସ୍ୟ ମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରାଥମିକତା ଦେବାକୁ ନୂତନ ସଭାପତି ନିଜ ବକ୍ତବ୍ୟରେ କହିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories