www.samajalive.in
Saturday, December 13, 2025
18.1 C
Bhubaneswar

ଶ୍ରୀ ବାଙ୍କବିହାରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା; ଆରମ୍ଭ ହେବ ତଦନ୍ତ, ଗଠନ ହେଲା କମିଟି

ମଥୁରା: ଜନ୍ମାଷ୍ଟମୀ ଅବସରରେ ମଥୁରାର ଶ୍ରୀ ବାଙ୍କବିହାରୀ ମନ୍ଦିରରେ ଘଟିଥିବା ଅଘଟଣର ତଦନ୍ତ କରାଯିବ । ଏନେଇ ପୂର୍ବତନ ଡିଜିପି ସୁଲଖାନ ସିଂଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ଘଟଣାର ତଦନ୍ତ ପ​‌ରେ ସରକାରଙ୍କୁ ରିପୋର୍ଟ ଦେବାଲାଗି ନିର୍ଦେଶ ହୋଇଛି । କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ? କାହିଁକି ଏପରି ପରସ୍ଥିତି ସୃଷ୍ଟି ହେଲା ? ପ୍ରଶାସନ ଓ ପୁଲିସର ଉପସ୍ଥିତି ସତ୍ତ୍ବେ ଏପରି ଘଯଣା କିପରି ଘଟିଲା ତାହାକୁ ନେଇ ତଦନ୍ତ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି ।

ଆଉ ଆଗକୁ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେ ଦିଗ ଉପରେ ନଜର ଦେବାକୁ କୁହାଯାଇଛି । ଏଥି ସହିତ ଘଟଣାର ତଦନ୍ତ ୧୫ ଦିନ ମଧ୍ୟରେ ଶେଷ କରିବାକୁ କୁହାଯାଇଥିବା ବେଳେ ମନ୍ଦିର ପରିସରର ବ୍ୟବସ୍ଥାରେ ଉନ୍ନତିକରଣ ଉପରେ ମଧ୍ୟ ଆଲୋଚନା କରିବାକୁ କୁହାଯାଇଛି ।  ସମସ୍ତ ଦିଗ ଉପରେ ତଦନ୍ତ ଶେଷ କରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବାକୁ କହାଯାଇଛି ।

- Advertisement -

ସୂଚନାଥାଉ କି, ଗତ ଶୁକ୍ରବାର ଦିନ ବାଙ୍କବିହାରୀ ମନ୍ଦିରରେ ବଡ଼ ଧରଣର ଅଘଟଣ ଘଟିଥିଲା । ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ଆଳତି ହେବା ବେ​‌ଳେ ୨ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ଜଣ ଆହତ ହୋଇଥିଲେ । ଜନ୍ମାଷ୍ଟମୀ ଥିବାରୁ ପ୍ରଭୁ ବାଙ୍କବିହାରୀଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେତୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଇଥିଲା । ମନ୍ଦିରରେ ରାତି ୧ଟା ୫୫ ମିନିଟରେ ଆଳତି ହୋଇଥିଲା ।

ଆଳତି ଦେଖିବାକୁ ଚଳିତ ବର୍ଷ କ୍ଷମତା ଠାରୁ ଅଧିକ ଭକ୍ତଙ୍କ ଗହଳି ହେବାରୁ ଏପରି ଏକ ଘଟଣା ଘଟିଥିଲା । ଏଥିରେ ନୋଏଡା ଅଞ୍ଚଳର ଜଣେ ମହିଳା ଓ ଜବଲପୁର ଅଞ୍ଚଳର ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ କିଛି ପ୍ରଶାସନିକ ଅଧିକାରୀଙ୍କ ସମେତ ପୁଲିସ ଫୋର୍ସ ମଧ୍ୟ ଉପସ୍ଥିତ ଥିଲେ । ହେଲେ ଦୁର୍ଘଟଣା ଘଟିବା ପରେ ପୁଲିସ ଲୋକମାନଙ୍କୁ ମନ୍ଦିରରୁ ବାହାରକୁ ବାହାର କରିଥିଲା । ବର୍ତ୍ତମାନ ସେହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories