www.samajalive.in
Wednesday, December 10, 2025
26.1 C
Bhubaneswar

ସକାଳୁ ଉଠି ସିବିଆଇ ଓ ଇଡିକୁ ଧରି ଖେଳକରୁଛି କେନ୍ଦ୍ର: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ନୂଆ ଅବକାରୀ ନୀତିକୁ ନେଇ ରାଜଧାନୀ ଦିଲ୍ଲୀରେ ରାଜନୀତି ସରଗରମ ହୋଇଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ସିବିଆଇ ଲୁକଆଉଟ୍‌ ସର୍କୁଲାର ନୋଟିସ ଜାରି କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଯେଉଁ ସମୟରେ ସାରା ଦେଶ ମହଙ୍ଗାମାଡ଼ର ସମ୍ନା କରୁଛି । କୋଟି କୋଟି ଯୁବକ ବେରୋଜଗାରୀ ଅଛନ୍ତି । ସେମାନଙ୍କ ନିକଟରେ ରୋଜଗାର ନାହିଁ । ଏପରି ସମୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସହ ଆଲୋଚନା କରି ବେକାରୀ ଓ ମୁଦ୍ରାସ୍ଫିତୀ ବିରୋଧରେ ଲଢ଼େଇ କରିବା ଉଚିତ୍‌ । ହେଲେ ଏଠାରେ କେନ୍ଦ୍ର ରାଜ୍ୟ ମାନଙ୍କ ସହ ଯୁଦ୍ଧ କରୁଛି । ପ୍ରଦିଦିନ ସକାଳେ ଉଠିବା ପରେ ସିବିଆଇ ଓ ଇଡିର ଖେଳ ଆରମ୍ଭ କରୁଛି । ଏପରି କରିବା ଦ୍ୱାରା ଦେଶ କିପରି ଅଗ୍ରଗତି କରିପାରିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।

ସୂଚନା ଥାଉ କି ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ସିବିଆଇ ଲୁକଆଉଟ୍‌ ସର୍କୁଲାର ଜାରି କରିଛି । ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ନାଁରେ ଲୁକଆଉଟ୍‌ ସର୍କୁଲାର ଜାରି ହୋଇଥିବା ବେଳେ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ନୋଟିସ୍‌ ଜାରି ହୋଇଛି । ଏହି ନୋଟିସ୍‌ ଜାରି ହେବା ଫଳରେ ସିସୋଦିଆ ଓ ଅନ୍ୟ ୧୩ଜଣ ବିଦେଶ ଯାଇପାରିବେ ନାହିଁ । ଏହା ପୂର୍ବରୁ ସିସୋଦିଆଙ୍କ ବନ୍ଧୁଙ୍କୁ ସିବିଆଇ ଜେରା କରିଥିଲା । ତାହା ସହିତ ପ୍ରାୟ ୧୫ ଘଣ୍ଟା ଧରି ସିବିଆଇ ତାଙ୍କ ବାସ ଭବନରେ ଚଢ଼ାଉ କରିଥିଲା ।ସିବିଆଇ ପକ୍ଷରୁ ଏପରି ନୋଟିସ୍‌ କରାଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories