www.samajalive.in
Wednesday, December 10, 2025
26.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ରାଜ୍ୟରେ ବେହାଲ କରୁଛି ବନ୍ୟା… ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ନିଶ୍ଚିତ ହେବା ନେଇ କହିଲେ ଏସଆରସି… ସ୍ଥିତିକୁ ଦେଖି ଦୁଇ ଜିଲ୍ଲାକୁ ଯାଇଛନ୍ତି ୫୮ଟି ଅତିରିକ୍ତ ରେସ୍କ୍ୟୁ ଟିମ୍‌… ସମସ୍ତ ଦିଗ ଉପରେ କଡ଼ା ନଜର ରଖିଛି ପ୍ରଶାସନ…

(୨) ବାଲେଶ୍ୱର ସହରର ତଳିଆ ଅଞ୍ଚଳକୁ ପଶିଲା ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ… ଚାଷ ଜମି ସହ କିଛି ଘରେ ମଧ୍ୟ ପଶିଛି ପାଣି… କଣ୍ଟାବଣିଆ, ପସିମିଳା, ଚାନ୍ଦମାରିପଡ଼ିଆ ଓ ଫୁଲାଡି ହୋଇଛି ଜଳମଗ୍ନ… ହନ୍ତସନ୍ତ ହେଉଛନ୍ତି ଲୋକେ…

- Advertisement -

(୩) ଛାଡ଼ିଛି ବର୍ଷା ହେଲେ ଛାଡ଼ୁନି ଦୁର୍ଦ୍ଦଶା… ବନ୍ୟାରେ ଭାଙ୍ଗିଛି ୧୮୬୬ ଘର… ୧୩ ଜିଲ୍ଲାରେ ୬୦୭ ପଞ୍ଚାୟତ ପ୍ରଭାବିତ.. ଏବେ ବି ଜଳବନନ୍ଦୀ ଭାବେ ଜୀବନ କଟୁଛନ୍ତି ୪ଲକ୍ଷରୁ ଅଧିକ ଲୋକ… ସେପଟେ ବନ୍ୟାରେ କ୍ଷୟକ୍ଷତି ନେଇ ରିପୋର୍ଟ ମାଗିଲେ କୃଷି ମନ୍ତ୍ରୀ…

(୪) ଦେଶ ଛାଡ଼ିପାରିବେନି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ… ମନୀଷ ସିସୋଦିଆଙ୍କ ନାଁରେ ଲୁକଆଉଟ୍‌ ସର୍କୁଲାର ଜାରି କଲା ସିବିଆଇ… ସିସୋଦିଆଙ୍କ ସମତେ ଅନ୍ୟ ୧୪ ଜଣଙ୍କ ବିରୋଧରେ ଜାରି ହୋଇଛି ନୋଟିସ୍‌… ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାର ସିବିଆଇ କରୁଛି ତନାଘନା…

(୫) ରାଜ୍ୟରେ କମୁଛି କରୋନା… ଧୀରେ ଧୀରେ ଖସୁଛି ସଂକ୍ରମଣ…  ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୮୭ପଜିଟିଭ୍‌… ସୁସ୍ଥ ହେଲେ ୪୫୯ ସଂକ୍ରମିତ… ରାଜ୍ୟରେ ମୋଟ୍‌ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨,୪୮୫ ଜଣ…

(୬)  ଓଡ଼ିଶାରେ ଆଜିଠୁ ଲାଗିବ ବର୍ଷାରେ ବ୍ରେକ୍‌… ପାଗରେ ଆସିବ ପରିବର୍ତ୍ତନ… ଦୁର୍ବଳ ହେଲା ଗଭୀର ଅବପାତ… ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି ଗଭୀର ଅବପାତ…

(୭) ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଲା ବାଦଲଫଟା ବର୍ଷା… ଭାଙ୍ଗିଲା ବ୍ରିଜ୍‌ ଧୋଇନେଲା ଧନଜୀବନ…  ବନ୍ୟା ଓ ଭୂସ୍ଖଳନରେ ୨୨ଜଣଙ୍କ ମୃତ୍ୟୁ… ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଜାରି ରଖିଛି ପ୍ରଶାସନ…

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories