www.samajalive.in
Sunday, December 14, 2025
19.1 C
Bhubaneswar

ଅବସର ନେବେ ଝୁଲଣ; ଲର୍ଡସରେ ବିଦାୟୀ ମ୍ୟାଚ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ମହିଳା କ୍ରିକେଟର ଝୁଲଣ ଗୌସ୍ବାମୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଝୁଲଣ ବିଦାୟୀ ମ୍ୟାଚ ଖେଳିବେ। ଭାରତୀୟ ମହିଳା କ୍ରିକେଟ ଦଳ ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତରେ ଟ୍ବେଣ୍ଟି୨୦ ଓ ଦିନିକିଆ ମ୍ୟାଚ ଖେଳିବ। ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ମ୍ୟାଚ ସେପ୍ଟେମ୍ବର ୧୦, ୧୩ ଓ ୧୫ରେ ଏବଂ ଦିନିକିଆ ମ୍ୟାଚ ୧୮, ୨୧ଓ ୨୪ରେ ଖେଳିବ। ଦିନିକିଆ ଦଳରେ ଦ୍ରୁତ ବୋଲର ଝୁଲଣ ଗୌସ୍ବାମୀ ସ୍ଥାନ ପାଇଛନ୍ତି। ସେପ୍ଟେମ୍ବର ୨୪ରେ ଲର୍ଡସରେ ଭାରତ ଶେଷ ଦିନିକିଆ ମ୍ୟାଚ ଖେଳିବ। ଉକ୍ତ ମ୍ୟାଚ ଝୁଲଣଙ୍କ ପାଇଁ ଶେଷ ଅନ୍ତର୍ଜାତୀୟ ତଥା ବିଦାୟୀ ମ୍ୟାଚ ହେବ। ନ୍ୟୁଜିଲାଣ୍ଡରେ ​‌େ​‌ଶଷ ହୋଇଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ବକପ-୨୦୨୨ ପରେ ଝୁଲଣ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ଯୋଜନା କରିଥିଲେ। ଉକ୍ତ ବିଶ୍ବକପରେ ଦକ୍ଷିଣ ଅାାଫ୍ରିକା ବିପକ୍ଷରେ ଝୁଲଣ ଶେଷ ଥର ପାଇଁ ମ୍ୟାଚ ଖେଳିଥିଲେ। ୩୯ ବର୍ଷୀୟ ଉକ୍ତ କିମ୍ବଦନ୍ତୀ ଦ୍ରୁତ ବୋଲର ଝୁଲଣଙ୍କ ପାଇଁ ବିସିସିଆଇ ସ୍ବତନ୍ତ୍ର ବିଦାୟକାଳୀନ ମ୍ୟାଚ ଆୟୋଜନ ନେଇ ଯୋଜନା କରିଛି। ଏଥିପାଇଁ ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳରେ ଝୁଲଣଙ୍କୁ ସ୍ଥାନ ମିଳିଛି। ୨୦୦୫ରେ ଅନ୍ତର୍ଜାତୀୟ କ୍ରିକେଟ ଜୀବନ ଆରମ୍ଭ କରିଥିବା ଝୁଲଣ ୧୭ ବର୍ଷ ମଧ୍ୟରେ ୧୨ଟି ଟେଷ୍ଟ ମ୍ୟାଚ ଖେଳି ୪୪ଟି ୱିକେଟ, ୬୮ଟି ଟ୍ବେଣ୍ଟି୨୦ ମ୍ୟାଚରୁ ୫୬ଟି ୱିକେଟ ଓ ୨୦୧ ଟି ଦିନିକିଆ ମ୍ୟାଚ ଖେଳି ୨୫୨ଟି ୱିକେଟ ନେଇଛନ୍ତି। ଆଇସିିସି ଦିନିକିଆ ମହିଳା କ୍ରିକେଟ ବିଶ୍ବକପରେ ଝୁଲଣ ସର୍ବାଧିକ ୩୯ଟି ୱିକେଟ ନେଇ ନିଜ ନାମରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାଛଡ଼ା ୫ଟି ବିଶ୍ବକପ ୨୦୦୫, ୨୦୦୯, ୨୦୧୩, ୨୦୧୭ ଓ ୨୦୨୨ରେ ଖେଳିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories