www.samajalive.in
Sunday, December 14, 2025
26.1 C
Bhubaneswar

ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ବିଜେପିରେ ହୋଇପାରେ ପରିବର୍ତ୍ତନ

ଚଣ୍ଡିଗଡ଼: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ବିଜେପିରେ ବ୍ୟାପକ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର୍‍ ଧରିଛି। ସିରୋମଣି ଅକାଳୀ ଦଳ (ବାଦଲ) ବିଜେପି ସହ ସଂପର୍କ ଛିନ୍ନ କରିଥିବା ବେଳେ ଲୋକସଭା ନିର୍ବାଚନ ନିମନ୍ତେ ପଞ୍ଜାବରେ ବିଜେପିକୁ ଶକ୍ତିଶାଳୀ କରିବାକୁ କେନ୍ଦ୍ରୀୟ ନେତୃବର୍ଗ ବର୍ତ୍ତମାନ ଠାରୁ ଯୋଜନା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । ଇତିମଧ୍ୟରେ ବିଜେପି ନିଜ ସଂସଦୀୟ ବୋର୍ଡରେ ପଞ୍ଜାବର ନେତା ଇକବାଲ୍‍ ଲାଲପୁରାଙ୍କୁ ସାମିଲ କରିଛି । ଲାଲପୁରାଙ୍କୁ ସଂସଦୀୟ ବୋର୍ଡରେ ସାମିଲ କରି ବିଜେପି ପଞ୍ଜାବ ରାଜନୀତିରେ ପାତିଆରା ବୃଦ୍ଧି କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ସିରୋମଣି ଅକାଳୀ ଦଳ ସହ ସଂପର୍କ ଛିନ୍ନ ହେବା ପରିପ୍ରେକ୍ଷୀରେ ରାଜ୍ୟରେ ଦଳର ସ୍ଥିତି କ’ଣ ସେ ସଂପର୍କରେ ସମୀକ୍ଷା ପାଇଁ ବିଜେପି ତରଫରୁ ପଞ୍ଜାବର ବରିଷ୍ଠ ନେତାକୁ ଦିଲ୍ଲୀ ଡକାଯାଇଥିଲା। ସୂଚନାଥାଉ କି ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ମାତ୍ର ୨ଟି ଆସନ ହାସଲ କରିଥିଲା।

ଖୁବ୍‌ଶୀଘ୍ର ପଞ୍ଜାବ ବିଜେପିର ସଭାପତି ପଦରେ ଜଣେ ନୂଆ ଚେହେରାଙ୍କୁ ନିଯୁକ୍ତି ଦିଆଯିବା ନେଇ ଆଶା ରହିଛି। ଏହି ଦୌଡ଼ରେ ମନଜିତ୍‍ ସିଂହ, ରାଜେନ୍ଦ୍ର ମୋହନ ସିଂହ ଚିନ୍ନା, ସୁଖବିନ୍ଦର ପାଲ୍‍ ସିଂହ ଗରେୱାଲ୍‍, ହରଜିତ୍‍ ସିଂହ ଗରେୱାଲ, ଫତେ ସିଂହ ବାଜୱା ପ୍ରମୁଖ ରହିଛନ୍ତି। ସେହିପରି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ଅକାଳୀ ଦଳରେ ସାମିଲ ହୋଇଥିବା ଅନୀଲ ଯୋଶୀଙ୍କୁ ପୁନର୍ବାର ବିଜେପିକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ଥିବା ଜଣାପଡ଼ିଛି।

- Advertisement -

ବିଜେପିର ଜାତୀୟ ସମ୍ପାଦକ ତଥା ଅମୃତସର ବାସିନ୍ଦା ତରୁଣ ସିଂହ ବାରମ୍ବାର ପଞ୍ଜାବ ଗସ୍ତ କରିବା ସହ ନେତା ଓ କର୍ମୀଙ୍କ ସହ ଘନଘନ ବୈଠକ କରୁଛନ୍ତି। କିଛିଦିନ ତଳେ ଅନୁଷ୍ଠିତ ସାଙ୍ଗରୁର୍‍ ଲୋକସଭା ଆସନ ନିମନ୍ତେ ହୋଇଥିବା ନିର୍ବାଚନରେ ବିଜେପି ତରଫରୁ ପୂର୍ବତନ ବିଧାୟକ କେୱଲ୍‍ ସିଂହ ଧିଲୋନଙ୍କୁ ପ୍ରାର୍ଥୀ କରାଯାଇଥିଲା। ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାମାନେ ନିର୍ବାଚନ ପ୍ରଚାରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ସେତେବେଳେ ଆଶଙ୍କା କରାଯାଉଥିବା ବେଳେ ସେପରି କିଛି ଘଟିନଥିଲା। ଯଦିଓ ବିଜେପି ପ୍ରାର୍ଥୀ ପରାସ୍ତ ହୋଇଥିଲେ ତେବେ ଦଳକୁ ପଞ୍ଜାବବାସୀ ଏତେଟା ଘୃଣା କରୁନଥିବା ସ୍ପଷ୍ଟ ହୋଇଥିଲା। ପଞ୍ଜାବବାସୀଙ୍କ ବିଶ୍ୱାସ ହାସଲ କରିବାକୁ ବିଜେପି ତରଫରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ଆଲୋଚନା ହେଉଛି।
ଅନ୍ୟପକ୍ଷରେ ପୁନର୍ବାର ମେଣ୍ଟ ଗଠନ ପାଇଁ ବିଜେପି ଓ ଅକାଳୀ ଦଳର କେତେକ ନେତା ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି। ରାଜ୍ୟର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ମେଣ୍ଟ ଗଠନ ହେବା ଆବଶ୍ୟକ ଏବଂ ଏହା ଫଳରେ ଉଭୟ ଦଳ ଲୋକସଭା ନିର୍ବାଚନରେ ଫାଇଦା ପାଇବେ ବୋଲି ଏହି ନେତାମାନେ ମତ ଦେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories