ଆଠଗଡ଼: ଜାତୀୟ ସଦ୍ଭାବନା ଦିବସ ଅବସରରେ ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ସାମୂହିକ ଶପଥପାଠ କରିଛନ୍ତି। ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ତହସିଲ କାର୍ଯ୍ୟାଳୟରେ ତହସିଲଦାର ପ୍ରିୟବ୍ରତ ଦାସ କର୍ମଚାରୀଙ୍କୁ ଶପଥପାଠ କରାଇଥିଲେ। ଜାତି, ସଂପ୍ରଦାୟ, କ୍ଷେତ୍ର, ଧର୍ମ ଅବା ଭାଷା ଭିତ୍ତିରେ କୌଣସି ଭେଦଭାବ ନରଖି ସବୁ ଦେଶବାସୀଙ୍କ ଭାବନାତ୍ମକ ଏକତା ଓ ସଦ୍ଭାବନା ରକ୍ଷା କରି କାର୍ଯ୍ୟ କରିବାକୁ କର୍ମଚାରୀମାନେ ଶପଥ ପାଠ କରିଥିଲେ। ଅନ୍ୟ ସରକାରୀ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଅନୁରୁପ ଭାବେ କର୍ମଚାରୀମାନେ ଶପଥ ପାଠ କରିଥିବା ଜଣାପଡ଼ିଛି।
Popular Categories



