www.samajalive.in
Sunday, December 14, 2025
16.1 C
Bhubaneswar

ବନ୍ୟା-ବର୍ଷା ଧୋଇନେଲା ବର୍ଷକର ଆହାର ଓ ରୋଜଗାର

ଆଠଗଡ଼: ଲଗାଣ ବର୍ଷା ଓ ମହାନଦୀର ବନ୍ୟା ଆଠଗଡ଼ ଅଞ୍ଚଳର କୃଷିକ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବନ୍ୟା-ବର୍ଷା ଚାଷୀଙ୍କର ବର୍ଷକର ଆହାର ଓ ରୋଜଗାର ଧୋଇ ନେଇଥିବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଆଠଗଡ଼ ଅଞ୍ଚଳର ଅନେକ ପଞ୍ଚାୟତରେ ପନିପରିବା ଚାଷ ବହୁ ପରିମାଣର ହୋଇଥାଏ ଏବଂ ଚାଷୀ ପନିପରିବା ଉତ୍ପାଦକୁ କଟକ, ଭୁବନେଶ୍ୱର, ଢେଙ୍କାନାଳ ଓ ଅନୁଗୁଳ ଆଦି ସହରକୁ ପଠାଇ ଭଲ ଦୁଇପଇସା ରୋଜଗାର କରିଥାନ୍ତି। କିନ୍ତୁ ଚଳିତ ମହାନଦୀର ବନ୍ୟା ଏବଂ ଲଘୁଚାପଜନିତ ଲଗାଣ ବର୍ଷାରେ ପରିବା ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

ସେହିପରି ହଜାର ହଜାର ଏକର ଖରିଫ ଧାନଚାଷ ହୋଇଥିବା ଜମି ଦୀର୍ଘ ୭-୮ଦିନ ଧରି ବନ୍ୟା ଓ ବର୍ଷା ଜଳରେ ବୁଡି ରହିଥିବାରୁ ଧାନ ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଆଠଗଡ଼ ବ୍ଲକର ମହାକାଳବସ୍ତ, ଘଣ୍ଟିଖାଲ, ମଞ୍ଚେଶ୍ୱର, ଧୁରୁଷିଆ, ଅନନ୍ତପୁର, ରାଜନଗର, ବେଣ୍ଟପଦା, ମେଘା ଓ କଟକିଆସାହି ପଞ୍ଚାୟତରେ ମହାନଦୀର ବନ୍ୟାଜଳ ବ୍ୟାପକ ଅଞ୍ଚଳକୁ ବୁଡାଇ ରଖିଥିବାରୁ ସେ ସବୁ ପଞ୍ଚାୟତରେ ହଜାର ହଜାର ଏକ ଧାନଜମି ପନିପରିବା ଚାଷ ହୋଇଥିବା ଜମି ୮ଦିନ ହେବ ଜଳାର୍ଣ୍ଣବ ହୋଇଥିବାରୁ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଜେନାପଦା, ଇଚ୍ଛାପୁର, ସମସରପୁର, ସଠିଲୋ, ତରଡିଙ୍ଗ ଆଦି ପଞ୍ଚାୟତଗୁଡିକରେ ମଧ୍ୟ କୃଷିକ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

- Advertisement -

ଏହିସବୁ ପଞ୍ଚାୟତରେ ଧାନ ବ୍ୟତୀତ ବ୍ୟାପକ ପରିବା ଫସଲ ଚାଷ କରାଯାଇଥାଏ। ପ୍ରଚଣ୍ଡ ଖରାରେ ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ରାନ୍ତ ପରିଶ୍ରମ କରି ବର୍ଷଯାକର ଆହାର ଓ ପରିବାର ପୋଷଣ ପାଇଁ ରୋଜଗାର ଲାଗି ଚାହିଁ ବସିଥିବା ଚାଷୀକୂଳ ଏହି କ୍ଷୟକ୍ଷତି ଯୋଗୁଁ ହତାଶ ହୋଇପଡ଼ିଛନ୍ତି। ସେହିପରି ପରିବା ଫସଲ ପ୍ରାୟତଃ ଏହିସବୁ ପଞ୍ଚାୟତରେ ଉଜୁଡିଯାଇଛି। ଅମଳ କମ ହେଉଥିବା ଏବଂ ବାହାରୁ ପରିବା ଆସି ବିକ୍ରି ହେଉଥିବାରୁ ପନିପରିବା ଦର ଆକାଶଛୁଆଁ ହୋଇଛି। ଆଳୁ ପିଆଜକୁ ଛାଡିଦେଲେ କୌଣସି ସବୁଜ ପରିବା କିଲୋ ୫୦ଟଙ୍କାରୁ କମ୍‍ ରେ ମିଳୁନଥିବାରୁ ସାଧାରଣ ଖାଉଟି ପକେଟ ଉପରେ ଭାର ଅଧିକା ପଡୁଥିବାରୁ ସବୁଜ ପରିବା କିଣିବା କମାଇ କେବଳ ଆଳୁ ଉପରେ ନିର୍ଭର କରୁଛନ୍ତି ଖାଉଟି। କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚଳିତ ବନ୍ୟା ଓ ଲଗାଣ ବର୍ଷା ଫଳରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଆରମ୍ଭ କରିଛନ୍ତି। ତେବେ ଅନେକ ଅଞ୍ଚଳରେ ଏବେବି ଚାଷଜମିଗୁଡିକରେ ବନ୍ୟାଜଳ ଜମି ରହିଥିବାରୁ ସଂପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ସାରିବା ପାଇଁ ଆଉ ୫-୬ଦିନ ଲାଗିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। କ୍ଷୟକ୍ଷତି ବାବଦରେ ସରକାର ଯେତେ କ୍ଷତିପୂରଣ ଦେଲେ ମଧ୍ୟ ତାହା ଚାଷୀ ସହୁଥିବା କ୍ଷତି କେବେବି ଭରଣା ହୋଇପାରିବ ନାହିଁ। ତଥାପି ଚାଷୀଙ୍କ ମନୋବଳ ବଢ଼ାଇ ପୁନର୍ବାର ଚାଷବାସ ଆରମ୍ଭ କରିବା ପାଇଁ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀକୂଳ ଦାବି କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories