www.samajalive.in
Sunday, December 14, 2025
23.1 C
Bhubaneswar

ସତ୍ୟବାଦୀରେ ଅହିଂସା ରଥକୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ସୁଆଣ୍ଡୋ :  ସ୍ୱାଧୀନତାର ୭୫ତମ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅହିଂସା ରଥ ସାରା ରାଜ୍ୟରେ ପରିକ୍ରମା କରୁଛି । ଗୁରୁବାର ସତ୍ୟବାଦୀ ବ୍ଲକର ଶୁକଳ, ଅଳଗୁମ, ସୋମେଶ୍ୱର ପୁର, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳ ବଜାର ପରିକ୍ରମା କରି ଐତିହାସିକ କାଦୁଆ ଆଶ୍ରମରେ ପହଞ୍ଚିଥିଲା। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ଵରେ ସାକ୍ଷୀଗୋପାଳରେ ରଥ ପରିକ୍ରମା କରିଥିଲା । ସବୁଠାରେ ବିଭିନ୍ନ ସଙ୍ଗଠନ ଓ ବୁଦ୍ଧିଜୀବୀ, ବ୍ୟକ୍ତି ବିଶେଷ ଏବଂ ଛାତ୍ରଛାତ୍ରୀ ଅହିଂସା ରଥକୁ ସ୍ୱାଗତ କରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହଙ୍କ ନେତୃତ୍ଵରେ ପଟ୍ଟନାୟିକିଆ ଛକ ଠାରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋରେ ଅହିଂସା ରଥ  ପହଞ୍ଚିଥିଲା।

ସେଠାରେ  ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସୁଆଣ୍ଡୋରେ ଗୋପବନ୍ଧୁ ସ୍ମୁତିପରିଷଦ ପକ୍ଷରୁ ସଭାପତି ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଗ୍ରାମବାସୀ, ସରପଞ୍ଚ ଦୁଶାସନ ପ୍ରଧାନ, ସମିତି ସଭ୍ୟ, ମହିଳା ଗୋଷ୍ଠୀ ସଭ୍ୟ ପତାକା ଧରି ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ସଂକିର୍ତ୍ତନ ଦଳ ସହିତ ଉପସ୍ଥିତ ଜନତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଅମର ରହେ, ଭାରତମାତା କି ଜୟ ଧ୍ୱନୀରେ ଗ୍ରାମ ଦାଣ୍ଡ ମୁଖରିତ ହୋଇଥିଲା। ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନ, ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ, ସତ୍ୟବାଦୀ ଥାନା ଏଏସଆଇ କ୍ରୁଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଅଧିକାରୀ ମାନେ ଏହି ଅହିଂସା ରଥ ଯାତ୍ରାରେ ଉପସ୍ଥିତ ରହିଥିଲେ। ଜନ୍ମାଷ୍ଟମୀ ପର୍ବ ଅବସରରେ ଗୋପବନ୍ଧୁଙ୍କ କୂଳ ଦେବତା ଶ୍ରୀ ରାଧାବିନୋଦ ବିହାରୀ ଦେବଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ଚରଣ ଦାଶ, ବ୍ରଜକିଶୋର ପାଇକରାୟ, ନରହରି ସିଂହ, ଗଣେଶ ପ୍ରଧାନ, ବାସୁଦେବ ପଣ୍ଡା, ତାରାକାନ୍ତ ଦାଶ, ଦେବାଶିଷ ଦାଶ, କାଳନ୍ଦୀ ପ୍ରଧାନ, ବାଳକୃଷ୍ଣ ବେହେରା, ସାଗର ଭୋଇ, ପଞ୍ଚୁ ମହାରଣା ପ୍ରମୁଖ ସହସ୍ରାଧିକ ଜନସାଧାରଣ ଅହିଂସା ରଥକୁ ସ୍ୱାଗତ କରିଥିଲେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories