ଘଣ୍ଟାପଡା ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ
ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଘଣ୍ଟାପଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଶିଶୁ ଭାଇ ଭଉଣୀମାନେ କୃଷ୍ଣ, ରାଧା, ଗୋପାଳ, ନନ୍ଦ ଯଶୋଦା, ଗୋପୀ ଗୋପାଙ୍ଗନା, ସୁଦାମା ବେଶରେ ସଜ୍ଜିତ ହୋଇ ଘଣ୍ଟାପଡା ପୋଡାପଦର ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ମା ସମଲେଶ୍ୱରୀଙ୍କ ମନ୍ଦିର ଦର୍ଶନ କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ପବିତ୍ର ଜନ୍ମାଷ୍ଟମୀ ଦିବସ ପାଳନ କରାଯାଇଥିଲା। ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ନିଳାଞ୍ଚଳ ଭୋଇ, ପୂର୍ବତନ ସମ୍ପାଦକ ଅଗସ୍ତି ମଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛୋଟଛୋଟ ଭାଇ ଭଉଣୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇବା ପାଇଁ ଏହା ଏକ ଉପଯୁକ୍ତ ପଦକ୍ଷେପ ବୋଲି ମତ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ଶେଷଦେବ ସେଠୀଙ୍କ ତତ୍ୱାବଧାନରେ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଅଭିଭାବକ ଝସକେତନ ସାହୁ ଶିଶୁ ଭାଇ ଭଉଣୀଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରିଥିଲେ। ବିଦ୍ୟାଳୟର ଗୁରୁମା ଗୁରୁଜୀ ସୁଷମା, ପ୍ରଭାସିନୀ, ରଶ୍ମିତା, ସନ୍ତୋଷିନୀ, ସନୀ, ଜୟନ୍ତୀ, ମହେଶ୍ମିତା, ବିସିକେଶନ, ପ୍ରକାଶ, ଦୁର୍ୟ୍ୟୋଧନ ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।
Comments are closed.