www.samajalive.in
Saturday, December 13, 2025
26.1 C
Bhubaneswar

ନବମ ଭାରତ-ଥାଇଲ୍ୟାଣ୍ଡ ମିଳିତ କମିଶନ ବୈଠକ ଅନୁଷ୍ଠିତ

ଡେସ୍କ: ଆଜି ବ୍ୟାଙ୍ଗକକରେ ନବମ ଭାରତ-ଥାଇଲ୍ୟାଣ୍ଡ ମିଳିତ କମିଶନ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଥାଇଲ୍ୟାଣ୍ଡ ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଡନ୍‍ ପ୍ରମୁଦ ୱିନାଇ ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି। ବୈଠକ ପରେ ଶ୍ରୀ ଜୟଶଙ୍କର ଟ୍ୱିଟ କରିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଦିଗରେ ସଫଳ ଆଲୋଚନା ହୋଇଛି। ଏହି ଆଲୋଚନା କାଳରେ ରାଜନୈତିକ, ଅର୍ଥନୈତିକ, ସୁରକ୍ଷା, ପ୍ରତିରକ୍ଷା, ଯୋଗାଯୋଗ ଓ ସ୍ୱାସ୍ଥ୍ୟ ଆଦି ପ୍ରସଙ୍ଗ ଉପରେ ଉଭୟ ଦେଶ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।

ଉଭୟ ଦେଶ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି। ଶ୍ରୀ ଜୟଶଙ୍କର ପ୍ରବାସୀ ଭାରତୀୟମାନଙ୍କୁ ସାକ୍ଷାତ କରିଛନ୍ତି। ସେ ପ୍ରବାସୀ ଭାରତୀୟମାନଙ୍କୁ ନୂଆ ଭାରତର ସଫଳତା ଓ ଆଶା ଏବଂ ଆକାଂକ୍ଷା ବିଷୟରେ ଜଣାଇଛନ୍ତି। ଭାରତର ବିକାଶରେ ସେମାନଙ୍କର ଅବଦାନକୁ ସେ ସ୍ୱାଗତ କରିଛନ୍ତି। ଏହି ମିଳିତ କମିଶନ ବୈଠକର ଆୟୋଜନ କରିଥିବାରୁ ସେ ଭାରତ-ଥାଇଲ୍ୟାଣ୍ଡ୍‍ ବଣିକ ସଂଘକୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -


ଏହି ଅବସରରେ ବ୍ୟାଙ୍ଗକକରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇ ଶ୍ରୀ ଜୟଶଙ୍କର ରୁଷ-ୟୁକ୍ରେନ୍‍ ଯୁଦ୍ଧ ଯୋଗୁଁ ବିଶ୍ୱ ଶକ୍ତି ମୂଲ୍ୟ ବୃଦ୍ଧି ପାଉଥିବା ବିଷୟ ଜଣାଇଛନ୍ତି। ଭାରତ’ ରୁଷ୍‍ରୁ ଅଶୋଧିତ ତୈଳ ଆମଦାନୀ କରୁଥିବାକୁ ସେ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଆସିଆନ ସହ ଭାରତର ସଂପର୍କ ଦେଶର ବୈଦେଶିକ ନୀତିର ମୁଖ୍ୟ ସ୍ତମ୍ଭ ରହିଛି।

ଆଜି ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ମଧ୍ୟରେ ୨ଟି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଛି। ଗୋଟିଏ ବୁଝାମଣା ପତ୍ର ସ୍ୱାସ୍ଥ୍ୟ ଓ ଡାକ୍ତରୀ ଗବେଷଣା ସହଯୋଗ ଉପରେ ଓ ଅନ୍ୟଟି ପ୍ରସାରଭାରତୀ ଓ ଥାଇଲ୍ୟାଣ୍ଡ ସର୍ବସାଧାରଣ ପ୍ରସାରଣ ସେବା ମଧ୍ୟରେ ସ୍ୱାକ୍ଷରିତ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories