www.samajalive.in
Sunday, December 14, 2025
26.1 C
Bhubaneswar

ଦାମ୍ପତ୍ୟ ଜୀବନ ସୁଖମୟ କରିବା ସହ ଖୁସି ଭରିଥାଏ ରଜନୀଗନ୍ଧା

ବିଭିନ୍ନ ପ୍ରକାର ବୃକ୍ଷ-ଲତା ବାତାବରଣକୁ ଶୁଦ୍ଧ କରିଥାଏ। ମାତ୍ର ପରିବେଶକୁ ଶୁଦ୍ଧ କରିବା ସହ ଏହା ସମ୍ପର୍କରେ ମଧ୍ୟ ମଧୁରତା ଭରିଥାଏ। ବାସ୍ତୁରେ ଏଭଳି ଅନେକ ସୁଗନ୍ଧିତ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହା ବାସ୍ତୁ ଦୋଷ ଦୂର ସହ ଘରେ ସୁଖ-ସମୃଦ୍ଧି ଓ ସମ୍ପର୍କରେ ମଧୁରତା ଭରିଥାଏ। ସେଭଳି କିଛି ଗଛ ମଧ୍ୟରୁ ଗୋଟିଏ ହେଉଛି ରଜନୀଗନ୍ଧା। ଏହା ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜୀବନର ଅନେକ ସମସ୍ୟାକୁ ଦୂର କରିଥାଏ। ବିଶେଷ କରି ଦାମ୍ପତ୍ୟ ଜୀବନରେ ଥିବା ଅନେକ ସମସ୍ୟାକୁ ଏହା ଦୂର କରି ସୁଖମୟ କରିଥାଏ। ପତିପତ୍ନୀଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ସହ ସମ୍ପର୍କ ମଜଭୂତ ହୋଇଥାଏ।
ବାସ୍ତୁ ଅନୁଯାୟୀ ରଜନୀଗନ୍ଧା ଫୁଲ ଓ ଗଛ ଦାମ୍ପତ୍ୟ ଜୀବନରେ ଖୁସି ଭରିଥାଏ। ମାତ୍ର ଏହି ଗଛକୁ ଲଗାଇବା ପାଇଁ ସଠିକ ଦିଗ ଚୟନ କରନ୍ତୁ। ସଠିକ ଶୈଳୀ ଓ ଦିଗରେ ଲଗାଇବା ଦ୍ୱାରା ଖୁବ ଲାଭ ମିଳିଥାଏ..
ଗଜନୀଗନ୍ଧା ଗଛକୁ ଘରେ ଲଗାନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଲାଗି ରହୁଥିବା କଳହ ଦୂର ହୋଇ ସୁଖମୟ ହୋଇଥାଏ। ଜୀବନରେ ମଧୁରତା ଭରିଯାଏ। ପତିପତ୍ନୀ ନିଜ କକ୍ଷରେ ଏହି ଗଛ ଲଗାଇବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ବାସ୍ତୁ ଦୋଷ ଦୂର ହୋଇଥାଏ। ଉଭୟଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ବୃଦ୍ଧି ହୋଇଥାଏ।
ବାସ୍ତୁ ଅନୁଯାୟୀ ରଜନୀଗନ୍ଧା ଗଛକୁ ସଠିକ ଦିଗରେ ଲଗାଇବା ଉଚିତ। ଏହି ଗଛକୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ। ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରେ ସର୍ବଦା ସୁଖଶାନ୍ତିର ବାତାବରଣ ବୃଦ୍ଧି କରିଥାଏ। ଦାମ୍ପତ୍ୟ ଜୀବନରେ ଖୁସି ସର୍ବଦା ରହିବା ସହ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories