www.samajalive.in
Saturday, December 6, 2025
26.1 C
Bhubaneswar

ବନ୍ୟାପାଣିରେ ଯୁବକଙ୍କୁ ଟାଣିନେଲା କୁମ୍ଭୀର: ଖୋଜୁଛନ୍ତି ଅଗ୍ନିଶମ ବାହିନୀ, ଦେଖନ୍ତୁ ଭିଡିଓ..

ଧାମନଗର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ଭଦ୍ରକ ଜିଲ୍ଲା । ଧାମନଗର ସୀମାନ୍ତ ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ବାଟ ଦେଇ ଗେଙ୍ଗୁଟିରେ ପାଣି ପଶିବାରୁ ଦୋବଲ ଓ ଧୁଷୁରୀ ଜଳମଗ୍ନ ହୋଇଛି।

ଗତ ତିନି ଦିନ ହେଲା ଧାମନଗର ଅଞ୍ଚଳରେ ବନ୍ୟାସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଆରଡି ନିକଟସ୍ଥ ମୁଆଁଗାଁ ନିକଟରେ ଏକ ଅଘଟଣ ଘଟିଛି। ବୈତରଣୀ ନଦୀରେ ଶୌଚ ହେଉଥିବା ବେଳେ ଭାସିଯାଇ ଘନଶ୍ୟାମ ଦାସ ନାମକ ଜଣେ ଯୁବକ ନିଖୋଜ ଅଛନ୍ତି । ଯୁବକ ଜଣକଙ୍କୁ କୁମ୍ଭୀର ଝାମ୍ପି ନେଇଥିବା ସନ୍ଦେହ କରାଯାଉଛି । ନଦୀରେ ବର୍ତ୍ତମାନ ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ନିଖୋଜ ଯୁବକଙ୍କ ପତ୍ତା ମିଳୁନାହିଁ । ଗାଁ ଲୋକମାନେ ଡଙ୍ଗା ଦ୍ବାରା ଖୋଜାଖୋଜି ଜାରି ରଖିଛନ୍ତି । ଏନେଇ ଖବର ପାଇବା ପରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ଡଙ୍ଗା ଦ୍ବାରା ଖୋଜିବା ଆରମ୍ଭ କରିଛି ।

- Advertisement -

ସେପଟେ ବନ୍ୟା ଯୋଗୁ ଧାମନଗରର ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି । ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି । ଅନେକ ପରିବାରରେ ଚୁଲି ଜଳୁ ନଥିବା ବେଳେ ଅନେକ ଲୋକ ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଛନ୍ତି । ସ୍ଥାନୀୟ ପ୍ରଶାସନ କିମ୍ବା ସରପଞ୍ଚ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିନଥିବା ଦେଖିବାକୁ ମିଳିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories