www.samajalive.in
Sunday, December 14, 2025
26.1 C
Bhubaneswar

ଚୌଦ୍ୱାର ମହାବିଦ୍ୟାଳୟ ପୁରାତନ ଛାତ୍ର ସମ୍ମିଳନୀ

ଚୌଦ୍ୱାର: ସ୍ୱାଧୀନତା ଦିବସ ଅବସରରେ ଚୌଦ୍ୱାର ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ‘ମୋ କଲେଜ ଅଭିଯାନ’ଅନୁକୁଲ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ଦେବତା ଅଧକ୍ଷତା କରି ଦେଶ ସ୍ୱାଧୀନରେ ବଳିଦାନ ହୋଇଥିବା ସଂଗ୍ରାମୀ ମାନଙ୍କ ତ୍ୟାଗପୁତ ଦେଶଭକ୍ତି ଉପରେ ଆଲୋକପାତ କରି। ମହାପୁରୁଷ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଧ୍ୟାପିକା କାଦମ୍ବିନୀ ମହାପାତ୍ର, ମାନସୀ ପଟ୍ଟନାୟକ, ରାଜଲକ୍ଷ୍ମୀ ସାହୁ, ଡେମନଷ୍ଟ୍ରେଟର ଚିତ୍ତରଞ୍ଜନ ଦାସ ପ୍ରମୁଖ ପିଲା ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଅଭିଯାନର ପରିଚାଳକ ସଂଜୟ କୁମାର ଧଳ, ଡ. ବସନ୍ତ ବିଶ୍ୱାଳ ସୁମନ୍ତ ସାହୁ ପ୍ରମୁଖ ଯୋଗଦେଇ ମୋ କଲେଜ ଅଭିଯାନ ମାଧ୍ୟମରେ କଲେଜର ଉନ୍ନତି ପାଇଁ ଆଗେଇ ଆସିବାକୁ ପୁରାତନ ଓ ଏବର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପିକା ଡ. କ୍ରୀଷ୍ଣା କାବେରୀ ଦାସ ଧନ୍ୟବାଦ ଅର୍ପଣ କରିଥିବାବେଳେ ଲହରୀ ଲୋପାମୁଦ୍ରା ରାଉତରାୟ ଓ ବିଜୟ କୁମାର ସେଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories