www.samajalive.in
Monday, December 8, 2025
16.1 C
Bhubaneswar

ପ୍ରୋଜେକ୍ଟ ଟୁଡେ ସର୍ଭେ ରିପୋର୍ଟ: ବିନିର୍ମାଣ କ୍ଷେତ୍ରରେ ଓଡ଼ିଶା ନମ୍ବର ୱାନ୍‍

ଭୁବନେଶ୍ୱର : ସମ୍ପ୍ରତି ଓଡ଼ିଶା ଦେଶରେ ଏକ ଶ୍ରେଷ୍ଠ ବିନିର୍ମାଣ କ୍ଷେତ୍ର ଭାବେ ବିକଶିତ ହେଉଛି। ଚଳିତବର୍ଷ ହେବାକୁ ଥିବା ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ପୂର୍ବରୁ ରାଜ୍ୟରେ ପୁଞ୍ଜିିନିବେଶ ଲାଗି ନିବେଶକଙ୍କ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଏହାଦ୍ୱାରା ବିନିର୍ମାଣ କ୍ଷେତ୍ରରେ ରାଜ୍ୟ ସମଗ୍ର ଦେଶରେ ଶ୍ରେଷ୍ଠତ୍ୱ ହାସଲ କରି ନମ୍ବର ୱାନ୍‍ ରାଜ୍ୟ ହୋଇଛି। ନିକଟରେ ପ୍ରକାଶିତ ପ୍ରୋଜେକ୍ଟ ଟୁଡେ ମାଗାଜିନ୍‍ର ୭୨ତମ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି।
ରିପୋର୍ଟରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହି ଜୁଲାଇ-ସେପ୍ଟେମ୍ବର ଦ୍ୱିତୀୟ ତ୍ରୈମାସରେ ୧୨% ନୂତନ ପ୍ରକଳ୍ପ ହାସଲ କରିଛି। ଏହି ଦ୍ୱିତୀୟ ତ୍ରୈମାସରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ୩୫, ୮୬୧ କୋଟି ଟଙ୍କା ନିବେଶ ହୋଇପାରିଛି। ତେବେ ଏହି ସର୍ଭେ ଇନଭେଷ୍ଟ ଇଣ୍ଡିଆ ଏବଂ ବିଶ୍ୱ ବ୍ୟାଙ୍କର ମିଳିତ ସହଯୋଗରେ କରାଯାଇଥିବା ଜଣାଯାଇଛି। ଏହି ରିପୋର୍ଟରେ ଓଡ଼ିଶାକୁ ନିବେଶ ବିକାଶ ଅନୁସାରେ ‘ଆସ୍‍ପାୟାରିଂ ଲିଡର’ଭାବେ ଦର୍ଶାଯାଇଛି। ଏହା ପୂର୍ବରୁ ଆସୋଚାମ୍‍ ରିପୋର୍ଟରେ ଓଡ଼ିଶାକୁ ନିବେଶ କ୍ଷେତ୍ରରେ ଏକ ନମ୍ବର ରାଜ୍ୟ ଭାବେ ଦର୍ଶାଯାଇଥିଲା। ବିନିର୍ମାଣ କ୍ଷେତ୍ରରେ ଜାରି ରହିଥିବା ନିବେଶକକୁ ବିଚାରକୁ ନେଲେ ଓଡ଼ିଶା ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ସ୍ଥାନ ହାସଲ କରିପାରିଛି। ଏ ସମ୍ପର୍କର୍ରେ ମୁଖ୍ୟ ଶିଳ୍ପ ସଚିବ ସଞ୍ଜିବ୍‍ ଚୋପ୍ରା କହିଛନ୍ତି, ନିବେଶ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ଦେଖି ଆମେ ବେଶ୍‍ ଆନନ୍ଦିତ। ଗତ କିଛି ବର୍ଷ ମଧ୍ୟରେ ଏହା ସମ୍ଭବ ହୋଇପାରିଛି। ଦେଶର ଏକ ଶ୍ରେଷ୍ଠ ନିବେଶ କ୍ଷେତ୍ର ଭାବେ ଓଡ଼ିଶା ନିବେଶକଙ୍କୁ ଆକୃଷ୍ଟ କରିପାରିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଘରୋଇ ଏବଂ ବିଦେଶୀ ନିବେଶକଙ୍କ ସହ ହୋଇଥିବା ବୈଠକରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି।
ଗତ ୧୦ ମାସର ସ୍ୱଳ୍ପ ସମୟ ମଧ୍ୟରେ ଶିଳ୍ପ ଅନୁକୂଳ ଗୋ ସ୍ୱିଫ୍ଟ ପୋର୍ଟାଲକୁ ୪୦୦ ନିବେଶକ ପ୍ରସ୍ତାବ ଆସିପାରିଛି। ଓଡ଼ିଶାକୁ ଦେଶର ପୂର୍ବାଞ୍ଚଳର ଶ୍ରେଷ୍ଠ ବିନିର୍ମାଣ ସ୍ଥଳ ଭାବେ ପ୍ରସ୍ତୁତ କରିବା ଆମର ପ୍ରମୁଖ ଲକ୍ଷ୍ୟ। ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ନିବେଶ ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି। ରାଜ୍ୟରେ ୬ଟି ପ୍ରମୁଖ କ୍ଷେତ୍ରକୁ ଚିହ୍ନଟ କରାଯାଇ ନୋଡାଲ୍‍ ଅଧିକାରୀଙ୍କ ଦ୍ୱାରା ନିୟମିତ ତଦାରଖ କରାଯାଉଛି। ଏହା ସହିତ ରୋଡ୍‍ ଶୋ ମାଧ୍ୟମରେ ନିବେଶକଙ୍କୁ ପୁଞ୍ଜି ନିବେଶ ଲାଗି ଆକୃଷ୍ଟ କରିବା କାର୍ଯ୍ୟ ଜାରି ରହିଛି। ରାଜ୍ୟ ସରକାର ଏହି କ୍ଷେତ୍ରରେ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀକୁ ପ୍ରାଥମିକତା ଦେଇ ନିବେଶକଙ୍କ ସଂଖ୍ୟା ବୃଦ୍ଧି କରାଇପାରିଛନ୍ତି।
ରାଜ୍ୟ ସରକାରଙ୍କ ନିବେଶ ଉପଯୋଗୀ ଯୋଜନା ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନୀତି ନିବେଶକଙ୍କଠାରୁ ସକାରାତ୍ମକ ମନୋଭାବ ହାସଲ କରିବାକୁ ସକ୍ଷମ ହୋଇଛି। ଫଳରେ ଆମେ ବିଭିନ୍ନ କ୍ଷେତ୍ରରେ ଏକ ଆଦର୍ଶ ବ୍ୟବସାୟିକ କ୍ଷେତ୍ର ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛୁ। ଆମେ ଗତ ୪ ବର୍ଷ ମଧ୍ୟରେ ୧୧୮ଟି ବୃହତ ପ୍ରୋଜେକ୍ଟରେ ସଫଳ ରହିଛୁ। ଏହାଦ୍ୱାରା ୧,୨୮,୫୭୨ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ପ୍ରୋଜେକ୍ଟ ଅନୁମୋଦନ ସମୟ ସୀମା ଇତିମଧ୍ୟରେ ୨୦ ଦିନକୁ ହ୍ରାସ କରାଯାଇଛି। ୨୦୧୬-୧୭ରେ ଓଡ଼ିଶାର ଜିଏସଡିପି ବୃଦ୍ଧି ହାର ୭.୯୪% ରହିଥିବାବେଳେ ଜାତୀୟ ସ୍ତରରେ ଏହା ୭.୧% ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories