www.samajalive.in
Saturday, December 6, 2025
26.1 C
Bhubaneswar

ପୁରୀ ହିଂସାକାଣ୍ଡ: ଆଉ ୬ଗିରଫ

ପୁରୀ : ପୁରୀବନ୍ଦ ବେଳେ ହିଂସାକାଣ୍ଡ ଅଭିଯୋଗରେ ଆଉ ୬ଜଣଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ପୋଡାଜଳା, ଭଙ୍ଗାରୁଜା, ଡକାୟତି ଦଫାରେ ମୋକଦ୍ଦମା ରୁଜୁ ହୋଇଛି। ଟାଉନ ଥାନା ପୁଲିସ ରାଧାଗୋବିନ୍ଦ ଲେନ୍‍ର ଚିତ୍ତରଞ୍ଜନ ଦୀକ୍ଷିତ (୨୩) ଏବଂ କୁମ୍ଭାରପଡାର ବାପି ମୁଦୁଲି (୩୦)ଙ୍କୁ ଗିରଫ କରିଛି। ସିଂହଦ୍ୱାର ଥାନା ପକ୍ଷରୁ ଦୋଳମଣ୍ଡପ ସାହିର ରାଘବ ଦାସ (୪୨), ସଦର ଥାନା ଅନ୍ତର୍ଗତ ଜାଗିଣିଆ ଗ୍ରାମର ଗଦାଧର ପାଲଟାସିଂହ (୫୨), ଧାନକୁଟି ସାହିର ସୁରେନ୍ଦ୍ର ପରିଡା (୩୫), ବାସେଳୀସାହି ପାଣିକାତ ଲେନ୍‍ର ଦୁଃଶାସନ ଖଟେଇ (୩୪)ଙ୍କୁ ଗିରଫ କରାଯାଇଛି। ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଭାଙ୍ଗିବା ଘଟଣାରେ ସେମାନେ ଅଭିଯୁକ୍ତ ଅଛନ୍ତି। ସେମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ୬୨ଜଣଙ୍କୁ ଗିରଫ କରାଯାଇଛି। ଗତ ୩ତାରିଖ ଦିନ ପୁରୀବନ୍ଦ ସମୟରେ କେତେକ ବ୍ୟକ୍ତି ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ, ସିଂହଦ୍ୱାର ସୂଚନା କେନ୍ଦ୍ର ଏବଂ ସିଂହଦ୍ୱାର ପୁଲିସ ଫାଣ୍ଡିରେ ଭଙ୍ଗାରୁଜା କରାଯାଇଥିଲା। ୪ଗୋଟି ମାଗଣା ଜୋତାଷ୍ଟାଣ୍ଡ ସମେତ ମରିଚିକୋଟ ଛକ, ମାର୍କେଟ ଏବଂ ବଳଗଣ୍ଡି ଛକରେ ଥିବା ଟ୍ରାଫିକ ପୋଷ୍ଟ ଗୁଡିକୁ ଦୁର୍ବୃତ୍ତମାନେ ପୋଡି ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଶତାଧିକ ଲୋକଙ୍କ ବିରୋଧରେ ୧୬ଟି ମାମଲା ରୁଜୁ ହୋଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୁରୀବନ୍ଦ ଡାକରା ଦେଇଥିବା ପ୍ରମୁଖ ବ୍ୟକ୍ତିମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନାହିଁ। ଭଙ୍ଗାରୁଜା ଏବଂ ପୋଡାଜଳା ପାଇଁ ଲକ୍ଷାଧିକ ଟଙ୍କା, ମଦ, କୋରେକ୍ସ, ନିଶା ବଟିକା ଯୋଗାଇଥିବା ୫ଜଣଙ୍କୁ ପୁଲିସ ଚିହ୍ନଟ କରିଛି। ସେଥିରୁ ୨ଜଣ ପୁରୀଛାଡି ବାହାରକୁ ପଳାଇଛନ୍ତି। ଅନ୍ୟ ୩ଜଣଙ୍କ ବିରୋଧରେ ପୁଲିସ ପ୍ରମାଣ ଯୋଗାଡ କରୁଛି। ଅପରାଧ ଷଡ଼ଯନ୍ତ୍ର ତଥା ଦଙ୍ଗାପାଇଁ ଉତ୍ସାହିତ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories