ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ଗଦଗଦି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟକୁ ଭାରତୀୟ ବାୟୁସେନାର ସେବାନିବୃତ ଏକ ୟାସିକା ଶ୍ରେଣୀର ମିଗ-୨୩ ବିମାନ ଗତରାତି ଟ୍ରଲର ଯୋଗେ ଆସି ପହଞ୍ଚିବା ପରେ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ସେବା ନିବୃତ ଲଢ଼ୁଆ ଯାନଟି କେବଳ ପଦର୍ଶନ ପାଇଁ ଏଠାରେ ସ୍ଥାୟୀ ଭାବେ ରହିବ। ଏହାକୁ ଗ୍ରାମର ଡମ୍ବୁରୁଧର ମହାନ୍ତଙ୍କ ପୁଅ ବରିଷ୍ଠ ବାୟୁସେନା ଅଧିକାରୀ ଡି.ଅମରେଶ ସରକାରଙ୍କ ଠାରୁ ଅନୁମତି ନେଇ ଏଠାକୁ ଆଣିଛନ୍ତି। ଏହି ବିମାନଟି ଇଞ୍ଜିନ ବିହୀନ ଥିବା ସୂଚନା ମିଳିଛି। ଏଥିପାଇଁ ଶିଶୁ ବିଦ୍ୟାମନ୍ଦିର ସଂଲଗ୍ନ ଶିବ ମନ୍ଦିର ନିକଟରେ ସ୍ଥାନ ନିରୂପଣ କରାଯାଇଛି। ସମ୍ପୂର୍ଣ ଯାନଟିକୁ ଖଞ୍ଜି ଗୋଟିଏ କରିବାକୁ ଆସନ୍ତା କାଲି ଏକ ଇଞ୍ଜିନିୟରିଂ ଦଳ ଏଠାରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଦୁଇଟି ଟ୍ରଲରରେ ଏହି ସେବା ନିବୃତ ଯୁଦ୍ଧବିମାନଟି ଏଠାକୁ ଆସିଛି। ଏହା ପହଞ୍ଚିବା ପରେ ଏହା ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି।
Popular Categories



