www.samajalive.in
Sunday, December 14, 2025
23.1 C
Bhubaneswar

ହୀରାକୁଦ ଡ୍ୟାମର ଆଉ ୪ ଗେଟ ଖୋଲିଲା, ୩୪ଟି ଗେଟରେ ନିସ୍କାଷିତ ହେଉଛି ଜଳ

ହୀରାକୁଦ: ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଡ୍ୟାମର ଆଉ ୪ଟି ଖୋଲିଛି। ଜିଲା ପ୍ରଶାସନର ଏକ ଜରୁରୀକାଳୀନ ବୈଠକ ପରେ ହୀରାକୁଦ ଡ୍ୟାମର ଆଉ ୪ ଟି ଡ୍ୟାମ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୩୪ଟି ଗେଟରେ ଜଳ ନିସ୍କାଷିତ ପ୍ରକ୍ରିୟା ଜାରି ରହିଛି। ଆବଶ୍ୟକ ପଡ଼ିଲେ ଆହୁରି ଗେଟ୍‌ ମଧ୍ୟ ଖୋଲାଯାଇପାରେ। । ଏହାଦ୍ବାରା ମହାନଦୀର ତଳ ମୁଣ୍ଡରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି।

ତେବେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ କହିଛନ୍ତି ଯେ ହୀରାକୁଦ ଡ୍ୟାମରୁ ଜଳ ନିସ୍କାସନ ପାଇଁ ୩୪ଟି ଖୋଲାଯାଇଛି। ତେବେ ଜନସାଧାରଣ ଏଥିପ୍ରତି ଭୟଭୀତ ହୁଅନ୍ତୁ ନାହିଁ। ଜିଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ୧୦୦୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୭ଟି ରିଲିଫ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ହୀରାକୁଦ ଡ୍ୟାମ୍‌ର ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି। ତେଣୁ ସାଧାରଣ ଜନତା ସତର୍କ ରୁହନ୍ତୁ ବୋଲି ଜିଲାପାଳ କହିବା ସହିତ ତଳିଆ ଅଞ୍ଚଳରେ ନଦୀକୁ ନଯିବାକୁ  ପରାମର୍ଶ ଦେଇଛନ୍ତି।

- Advertisement -

ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ମହାନଦୀରେ ବନ୍ୟାଜଳ ଆସିଛି। ଆଜି ମଧ୍ୟାହ୍ନରେ ୪ଟି, ଅପରାହ୍ନରେ ପୁଣି ୪ଟି, ସନ୍ଧ୍ୟାରେ ୨ଟି ଓ ବିଳମ୍ବିତ ସନ୍ଧ୍ୟାରେ ୪ଟି ଗେଟ୍‌କୁ ଖୋଲି ଦିଆଯାଇଛି। ଲଘୁଚାପ ବର୍ଷା ଓ ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ୩୪ଟି ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୭.୦୮ ଫୁଟ ରହିଥିଲା। ହୀରାକୁଦର ଉପରମୁଣ୍ଡରେ ଏବେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି।
ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୪୯ ହଜାର ୫୦୮ ଘନ ଫୁଟ ଜଳ ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୭ ହଜାର ୩୫ ଘନ ଫୁଟ ଜଳ ନିଷ୍କାସିତ ହେଉଛି। ତେଣୁ ମହାନଦୀ ଅବବାହିକାରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories