www.samajalive.in
Monday, December 15, 2025
16.1 C
Bhubaneswar

ବୈତରଣୀରେ ବନ୍ୟା ଆଶଙ୍କା, ନଈକୂଳବାସୀ ଆତଙ୍କିତ

ଦୋବଲ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାମନଗର ଅଞ୍ଚଳ ବେହାଲ। ବର୍ଷା ଲାଗିରହିବା କାରଣରୁ ରାସ୍ତା ଘାଟ, ନଦୀ, ନାଳ ଓ ପୋଖରୀ ଜଳାର୍ଣ୍ଣବ ହୋଇଛି। ବର୍ଷା ଯୋଗୁ ନିକଟରେ ରୁଆ ଯାଇଥିବା ଧାନଗଛଗୁଡିକ ତଳିଆ ଅଞ୍ଚଳରେ ବୁଡିଯାଇଛି। ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ଲଗାଣ ବର୍ଷା ହେତୁ ବୃଦ୍ଧି ପାଉଥିବା ଜଣାଯାଇଛି। ଆଖୁଆପଦା ଠାରେ ୧୭.୮୩ ବିପଦ ସଂକେତ ରହୁଥିବା ବେଳେ ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୮.୦୩ ପ୍ରବାହିତ ହେଉଛି।

ସୂଚନା ଅନୁସାରେ ନଦୀର ଉପର ମୁଣ୍ଡ ସ୍ବାମୀପାଟଣା, ଠାକୁରମୁଣ୍ଡା ଓ ଆନନ୍ଦପୁର ଅପେକ୍ଷା କେନ୍ଦୁଝର ଏବଂ ଚମ୍ପୁଅରେ ଅତ୍ୟଧିକ ବର୍ଷା ହେଉଛି। ପାର୍ଶ୍ୱବର୍ତୀ ଅଞ୍ଚଳରେ ସର୍ବାଧିକ ବର୍ଷା ହୋଇଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି। ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏହାର ଶାଖା ନଦୀ ଗେଙ୍ଗୁଟି ଓ କୋଚିଳାରେ ପାଣି ଆସି ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖା ଦେଇଛି। ତେବେ ସମ୍ଭାବ୍ୟ ପାଇଁ ଶନିବାର ମଧ୍ୟାହ୍ନରେ ଯାଜପୁର ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଶରତ ଘଡେଇ, ଉପଖଣ୍ଡ ଅଧିକାରୀ ଶଙ୍କର୍ଷଣ ବେହେରା, ସହକାରୀ ଯନ୍ତ୍ରୀ ପ୍ରଦୀପ ଦାସ, କିଶୋର ଦାସ, ଧୀରେନ ପାଣୀ ପ୍ରମୁଖ ବୈତରଣୀର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପ ବୁଲିଦେଖିବା ସହ ବିଭିନ୍ନ ନଦୀର ଆଡ଼ି ବନ୍ଦ ଓ ଜଳସ୍ତର ଅନୁଧ୍ୟାନ କରିଛନ୍ତି।

- Advertisement -

ସେହିପରି ବ୍ଲକ ପ୍ରଶାସନ ସଜାଗ ରହିବା ସହ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଶୁକ୍ରବାର ଅପରାହ୍ନରେ ବୈତରଣୀ ନଦୀର ମଲ୍ଲିମାହାରା ଏସକେପ୍ ଅଞ୍ଚଳ ବୁଲିବା ସହ ଜଳସ୍ତର ବିଷୟରେ ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି। ତେବେ ଏନେଇ ଧାମନଗର ଜଳସମ୍ପଦ ସହକାରୀ ଯନ୍ତ୍ରୀ ଧୀରେନ ପାଣି କହିଛନ୍ତି ଯେ ବୈତରଣୀର ନଦୀର ଉପର ମୁଣ୍ଡରେ ବର୍ଷା ପରିମାଣ କମୁଥୁବାରୁ ବନ୍ୟାର ଆଶଙ୍କା ନାହିଁ ଓ ନଦୀକୂଳିଆ ଅଞ୍ଚଳବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories