www.samajalive.in
Sunday, December 14, 2025
23.1 C
Bhubaneswar

ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୁଣାକାର ସମ୍ମିଳନୀ ଓ ଆଲୋଚନାଚକ୍ର

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ଅଷ୍ଟମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ସହ ବିଭିନ୍ନ କାର୍ଯ୍ୟକ୍ରମ ଅଗଷ୍ଟ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି । ଅଗଷ୍ଟ ୭ ତାରିଖ ଦିନ ଏହି ସମାରୋହର ଶୁଭ ଉଦ୍‌ଘାଟନ ହୋଇଥିବାବେଳେ ଅଗଷ୍ଟ ୮ ତାରିଖ ଦିନ ବୁଣାକାର ସମ୍ମିଳନୀ ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ଜୟଦେବ ଭବନରେ ଅନୁଷ୍ଠିତ ଏହି ବୁଣାକାର ସମ୍ମିଳନୀ ବୟନ ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଥିଲା । ବୁଣାକାର ସମ୍ମିଳନୀରେ ବିଭିନ୍ନ ଜିଲାରୁ ପ୍ରାୟ ୩୦୦ ଜଣ ବୁଣାକାର ଯୋଗଦାନ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ପି.କେ. ହୋତା ରିସୋର୍ସ ପରସନ୍‌ ଭାବେ ଯୋଗଦାନ କରି ବୁଣାକାରମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆଣି କିଭଳି ଆର୍ଥିକ ଅଭିବୃଦ୍ଧି ହୋଇପାରିବ ସେ ସଂପର୍କରେ ଅଲୋକପାତ କରିଥିଲେ। ବୁଣାକାର ସେବାକେନ୍ଦ୍ର, ଭୁବନେଶ୍ୱର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକାଶ କୁମାର ରିସୋର୍ସ ପରସନ୍‌ ଭାବେ ଯୋଗଦାନ କରି ହସ୍ତତନ୍ତ କ୍ଷେତ୍ରରେ ନିରନ୍ତର ବ୍ୟବସାୟ ନିମନ୍ତେ ପ୍ରଚଳିତ ଡିଜାଇନ୍‌ରେ ଉନ୍ନତିକରଣ, ବୟନ ଶିଳ୍ପ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଦେବଜିତ୍‌ ନନ୍ଦି, ହସ୍ତତନ୍ତ କ୍ଷେତ୍ରରେ ଗୁଣବତ୍ତା ରଙ୍ଗର ପ୍ରଚଳନ ତଥା ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।
‘ବୟନିକା’ର ପରିଚାଳକ ବାଣିଜ୍ୟ ଆର୍ତ୍ତ ରଞ୍ଜନ ମହାପାତ୍ର ଓଡ଼ିଶା ହସ୍ତତନ୍ତ ବସ୍ତ୍ରର ପ୍ରଭାବଶାଳୀ ବିପଣନ ଉପରେ ଆଲୋଚନା କରିଥିଲେ। ଆଲୋଚନାଚକ୍ରକୁ ବୟନିକାର ପରିଚାଳକ ବାଣିଜ୍ୟ ଶ୍ରୀ ଆର୍ତ୍ତ ରଞ୍ଜନ ମହାପାତ୍ର ପରିଚାଳନା କରିଥିବାବେଳେ ସାଧାରଣ ପରିଚାଳକ ମିଲି ସାମନ୍ତରାୟ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହସ୍ତତନ୍ତ ଦିବସ ପାଳନ ଅବସରରେ ଅଗଷ୍ଟ ୧୦ ତାରିଖ ଦିନ ୨ ନମ୍ବର ମାର୍କେଟ ବିଲ୍‌ଡିଂଠାରେ ସଂପ୍ରସାରିତ ବୟନିକାର ଶୁଭ ଉଦ୍‌ଘାଟନ, ବୟନ ଭବନଠାରେ ସଂପ୍ରସାରିତ ବୟନିକା ଅନନ୍ୟର ଶୁଭ ଉଦ୍‌ଘାଟନ ସହିତ ଏକାମ୍ର ହାଟଠାରେ ଅତ୍ୟାଧୁନିକ ହସ୍ତତନ୍ତ ବସ୍ତ୍ରର ଫ୍ୟାସନ୍‌ ସୋ ଆୟୋଜିତ ହେବ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories