www.samajalive.in
Wednesday, December 10, 2025
23.1 C
Bhubaneswar

ବିହାରରେ ପୁଣିଥରେ ମହାମେଣ୍ଟ ସରକାର! ନେତୃତ୍ବ ନେବେ ନୀତିଶ କୁମାର

ପାଟନା: ବିହାରରେ ପୁଣିଥରେ ମହାମେଣ୍ଟ ସରକାର! ମହାମେଣ୍ଟ ୨.୦ର ନେତୃତ୍ବ ନେବେ ନୀତିଶ କୁମାର। ଆସନ୍ତାକାଲି ଶପଥ ନେଇପାରେ ମହାମେଣ୍ଟ ୨.୦ ସରକାର। ଜେଡିୟୁ ନେତାଙ୍କ ନିଷ୍ପତ୍ତି କ୍ରମେ ବିଜେପି ସହ ମେଣ୍ଟ ଛିନ୍ନ କଲୁ ବୋଲି ନୀତିଶ କୁମାର ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫା ଦେବା ପରେ ବିହାରରେ ସରକାର ଗଠନ ପାଇଁ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ ଆଲୋଚନା ହୋଇଥିଲା। ଏଥିରେ କଂଗ୍ରେସ ପ୍ରଭାରୀ ଭକ୍ତ ଦାସ ବି ସାମିଲ ହୋଇଥିଲେ। ଏହାପରେ ଏବେ ପୁଣିଥରେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ସାକ୍ଷାତ କରିବା ପାଇଁ ତେଜସ୍ବୀଙ୍କ ସହ ନୀତିକୁମାର ରାଜଭବନ ଯାଇଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ମହାମେଣ୍ଟ ୨.୦ ସରକାର ଗଠନ ପାଇଁ ନୀତିଶ କୁମାର ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କ ନିକଟରେ ଦାବି ଜଣାଇଥିଲେ।
ପୁଣି ଆରଜେଡି ଓ କଂଗ୍ରେସର ହାତ ଧରିଛନ୍ତି ନୀତିଶ। ତାଙ୍କୁ ଆରଜେଡି ଏବଂ କଂଗ୍ରେସ ଦଳ ସମର୍ଥନ ଘୋଷଣା କରିଛନ୍ତି। ଫଳରେ ସେ ନୂଆ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏନଡିଏ ଛାଡ଼ିବାକୁ ଆମ ଦଳରେ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା। ଏବେ କେବଳ ବିଜେପିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ଏକାଠି ହୋଇଛୁ। ଆମକୁ ୭ଟି ଦଳର ସମର୍ଥନ ରହିଛି। ଜଣେ ସ୍ବାଧୀନ ବିଧାୟକ ମଧ୍ୟ ଅଛନ୍ତି। ୭ଟି ଦଳର ୧୬୪ ବିଧାୟକଙ୍କ ସମର୍ଥନ ଆମ ସହ ରହିଛି। ବିହାରରେ ବିଜେପି ଏକା, ଆମେ ସମସ୍ତେ ଏକାଠି ହୋଇଯାଇଛୁ।
ବିଜେପିକୁ କଟୁ ସମାଲୋଚନା କରି ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି ଯେ ବିଜେପି ଯାହା ସହ ମେଣ୍ଟ କରେ ତାକୁ ସଫା କରିଦିଏ। ପଞ୍ଜାବରେ ଅକାଳୀ, ମହାରାଷ୍ଟ୍ରରେ ଶିବସେନାକୁ ଉଦାହରଣ ଭାବେ ଦେଖନ୍ତୁ। ଏବେ ଉତ୍ତର ଭାରତରେ ବିଜେପିର ଆଉ କୌଣସି ମେଣ୍ଟ ସହଯୋଗୀ ନାହିଁ। ବିହାରରେ ବି ବିଜେପି ପୂରା ଏକା ରହିଗଲା ବୋଲି ସେ ପ୍ରକାଶ କରିଥିଲେ।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଆରଜେଡି ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲା। ଦଳ ପାଖରେ ଏବେ ୭୯ ଜଣ ବିଧାୟକ ରହିଛନ୍ତି। ଯଦି ଏହି ୭୯ ଜଣ ଜେଡିୟୁଙ୍କୁ ସମର୍ଥନ ଦିଅନ୍ତି, ତା’ହେଲେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୨୨କୁ ନୀତୀଶ କୁମାର ବେଶ ସହଜରେ ହାସଲ କରିପାରିବେ ବୋଲି ଜଣାପଡ଼ିଛି। ଏହି ଦୁଇ ଦଳ ବ୍ୟତୀତ କଂଗ୍ରେସର ୧୯ ଜଣ, ସିପିଆଇଏମଏଲର ୧୨ ଜଣ, ସିପିଏମର ୨ ଜଣ, ସିପିଆଇର ୨ ଜଣ, ଏଆଇଏମଆଇଏମର ଜଣେ ସଦସ୍ୟ ରହିଛନ୍ତି। ଏମାନେ ସମସ୍ତେ ମିଳିତ ଭାବେ ବିଜେପି ବିରୋଧରେ ରହିଛନ୍ତି। ବିଜେପି ପାଖରେ ୭୭ ଜଣ ବିଧାୟକ ଥିବା ବେଳେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ୪ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ଏନଡିଏ ସହ ସାମିଲ ହୋଇଛନ୍ତି। ତେଣୁ ବିହାରରେ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ତଥା ମ୍ୟାଜିକ ନମ୍ବର ହାସଲ କରିବାରେ ନୀତିଶ କୁମାରଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।
ବିହାରରେ ବିଜେପିକୁ ଲାଗିଛି ଶକ୍ତ ଝଟକା। ଦଳ ସହ ମିଶି ସରକାର ଗଠନ କରିଥିବା ଜେଡିୟୁ ଏବେ ବିଜେପିର ହାତ ଛାଡ଼ି ଦେଇଛି। ବିଜେପି ୭୭ଟି ଆସନ ଜିତିଥିବାରୁ ୪୫ ଆସନରେ ସୀମିତ ଥିବା ଜେଡିୟୁକୁ ଦଳର ନେତାମାନେ ସବୁବେଳେ ଧମକ ଦେଉଥିଲେ। ଏବେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ହାତ ଛାଡ଼ି ଦେଇଛନ୍ତି।
ଜେଡିୟୁ ଏବେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି, କଂଗ୍ରେସ ଓ ସିପିଆଇଏମ(ଏଲ) ସହ ମିଶି ନୂଆ ସରକାର ଗଠନ କରିବେ ବୋଲି ଜଣାପଡ଼ିଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories