www.samajalive.in
Tuesday, December 9, 2025
15.1 C
Bhubaneswar

‘ସତରଞ୍ଜ: ବୁଦ୍ଧିର ବିକାଶ’ ପୁସ୍ତକ ଉନ୍ମୋଚିତ, ଉନ୍ମୋଚନ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଆଜି ଚେସ ପୁସ୍ତକ ‘ସତରଞ୍ଜ: ବୁଦ୍ଧିର ବିକାଶ’ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ବିଶିକେଶନ ଦେହୁରୀଙ୍କ ଦ୍ୱାରା ରଚିତ ଏହି ପୁସ୍ତକକୁ ମନ୍ତ୍ରୀ ଶ୍ରୀ ବେହେରା ଉନ୍ମୋଚନ କରି କହିଲେ ଯେ ବର୍ତ୍ତମାନ ବିଭିନ୍ନ ଖେଳ ସହିତ ଚେସ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବୃଦ୍ଧି ପାଇଛି। ଏହି ଦୃଷ୍ଟିରୁ ଚେସ ଖେଳ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀ ତଥା ସବୁ ବର୍ଗର ଲୋକଙ୍କ ପାଇଁ ଏହି ପୁସ୍ତକ ବେଶ ଉପାଦେୟ ସାବ୍ୟସ୍ତ ହେବ।
ସେହିପରି ଲେଖକ ବିଶିକେଶନ ଦେହୁରୀ କହିଥିଲେ ଯେ ଛାତ୍ର ଅବସ୍ଥାରୁ ସତରଞ୍ଜ ଖେଳ ଅଭ୍ୟାସ ମାନସିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଫଳରେ ଏହା ସେମାନଙ୍କ ପାଠପଢ଼ାରେ ଉନ୍ନତି ଆଣିଥାଏ ଏବଂ ଭଲ ପ୍ରଦର୍ଶନ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏକ ପ୍ରକାର କହିବାକୁ ଗଲେ ଚେସ ଖେଳ ସମସ୍ତଙ୍କ ନିମନ୍ତେ ଏକ ଉତ୍ତମ ମଣିଷ ହେବାର ପଥ ପରିଷ୍କାର କରେ।
ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନ୍ୟତମ ଅତିଥି ଭାବରେ େୱୟାର ହାଉସିଂର ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ, କ୍ରୀଡ଼ା ବିଭାଗ ଯୁଗ୍ମ ଶାସନ ସଚିବ ତଥା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୈଳାଶ ଚନ୍ଦ୍ର ଦାସ, ‘ପକ୍ଷୀଘର’ ପ୍ରକାଶନୀର ପ୍ରକାଶକ ବନୋଜ ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ଅମିତାଭ ସାହୁ ଯୋଗଦେଇ ଚେସ ଖେଳ ଓ ଏହି ପୁସ୍ତକର ଉପାଦେୟତା ସମ୍ପର୍କରେ ନିଜର ମତ ରଖିଥିଲେ।
ସୂଚନାଯୋଗ୍ୟ ଯେ ଏହି ପୁସ୍ତକରେ ସତରଞ୍ଜର ଉପକାର- ଅପକାର, ଉତ୍ପତ୍ତି, ଖେଳ ଶିଖିବାର ସହଜ ପ୍ରଣାଳୀ ଆଦି ବଷୟ ବର୍ଣ୍ଣନା କରାଯାଇଛି । ବିଭିନ୍ନ ଖେଳାଳିମାନଙ୍କର ଜୀବନୀ, ସେମାନଙ୍କ ଖେଳ ସମ୍ପର୍କରେ ବିସ୍ତୃତ ଲେଖା ମଧ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories