www.samajalive.in
Sunday, December 14, 2025
14.1 C
Bhubaneswar

ବେଆଇନ ଗଞ୍ଜେଇ କାରବାର ଅଭିଯୋଗ: ୨ ଭାଇଙ୍କ ସମେତ ୩ ଗିରଫ

ଦେବଗଡ଼:ବାରକୋଟ ଥାନା ପୁଲିସ ପକ୍ଷରୁ ଆଜି ଗୋଳାବନ୍ଧ କଟେଇସାହିରେ ଚଢଉକରି ୬କିଲୋ ୩୦ ଗ୍ରାମର ବେଆଇନ ଗଞ୍ଜେଇ ଜବତ କରିବା ସହ ଏ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପୁଲିସ ସୂୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୋଳାବନ୍ଧ ଗ୍ରାମ କଟେଇସାହିର ଚନ୍ଦ୍ରକାନ୍ତ ନାଏକଙ୍କ ଘରେ ବେଆଇନ ଗଞ୍ଜେଇ ବିକ୍ରୀ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଆଜି ସକାଳେ ବାରକୋଟ ଥାନା ପୁଲିସ ସେଠାରେ ସଦଳବଳେ ଚଢଉ କରିବାସହ ଗଞ୍ଜେଇ ଭର୍ତ୍ତୀ ଏକ ଏୟାର ବ୍ୟାଗ ଜବତ କରିବା ସହ ଚନ୍ଦ୍ରକାନ୍ତକୁ ଥାନାକୁ ଆଣି ପଚରାଉଚରା କରିଥିଲା। ଥାନାରେ ଜବତ ଗଞ୍ଜେଇକୁ ଓଜନ କରାଯିବାରୁ ଏହାର ପରିମାଣ ୬କିଲୋ ୩୦ ଗ୍ରାମ ଥିବା ଜଣାପଡିଥିଲା। ସେହିପରି ପଚରାଉଚରା ସମୟରେ ଏହି ଗଞ୍ଜେଇ ବିହାର ରାଜ୍ୟ ଗୋପାଳଗଞ୍ଜ ଅଞ୍ଚଳର ଗୋବିନ୍ଦ ଗୁପ୍ତା(୨୦) ଯୋଗାଇଦେଇଥିବା ଏବଂ ଚନ୍ଦ୍ରକାନ୍ତର ଭାଇ କିଶୋର ନାଏକ ବେଆଇନ ଗଞ୍ଜେଇ କାରବାରରେ ତାକୁ ସହଯୋଗ କରୁଥିବା ଚନ୍ଦ୍ରକାନ୍ତ ପୁଲିସ ସମ୍ମୁଖରେ ପ୍ରକାଶ କରିଥିଲା । ଫଳରେ ପୁଲିସ ଚନ୍ଦ୍ରକାନ୍ତ ,ଚନ୍ଦ୍ରକାନ୍ତର ଭାଇ କିଶୋର ଓ ଗୋବିନ୍ଦ ଗୁପ୍ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories