www.samajalive.in
Sunday, December 14, 2025
26.1 C
Bhubaneswar

+୨ କଳାରେ ବଡ଼ମ୍ବା ମୋହନ ସୁବୁଦ୍ଧି କଲେଜର ୮୯% ପରୀକ୍ଷାର୍ଥୀ କୃତକାର୍ଯ୍ୟ

ବଡ଼ମ୍ବା : +୨ କଳା ପରୀକ୍ଷା ଫଳାଫଳରୁ ଜଣାଯାଇଛି ବଡ଼ମ୍ବା ମୋହନ ସୁବୁଦ୍ଧି କଲେଜର ୮୯ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର ଏବଂ ଅଭିଲିପ୍ସା ପଣ୍ଡା ସମାନ ସର୍ବମୋଟ ୫୩୧ ନମ୍ବର ରଖି ଯୁଗ୍ମଭାବେ ଶ୍ରେଷ୍ଠ ବିବେଚିତ ହୋଇଥିବା କଲେଜ ସୂତ୍ରରୁ ପ୍ରକାଶ । ସେହିଭଳି ସର୍ବମୋଟ ୫୨୮ ନମ୍ବର ରଖି ଛାତ୍ରୀ ସୋନାଲି ସାହୁ ୨ୟ ସ୍ଥାନରେ ରହିଥିବା ବେଳେ ଅନ୍ୟତମ ଛାତ୍ରୀ ପଦ୍ମିନୀ ବେହେରା ୫୨୫ ନମ୍ବର ରଖି ୩ୟ ସ୍ଥାନ ଅଧିକାର କରିଥିବା ଜଣାଯାଇଛି । ପରୀକ୍ଷା ଦେଇଥିବା ସମୁଦାୟ ୨୬୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨୩ଜଣ ପ୍ରଥମ ଶ୍ରେଣୀରେ,୫୧ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୬୩ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ପ୍ରକାଶ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଶୁଚିସ୍ମିତା ମହାନ୍ତି ଫଳାଫଳକୁ ନେଇ ଖୁସିବ୍ୟକ୍ତ କରିବା ସହ ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କୁ ନିଜର ଶୁଭେଛା ଜ୍ଞାପନ କରିଛନ୍ତି । ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତିଙ୍କ ସୂଚନାନୁଯାଇ ୧୦ଜଣ ଛାତ୍ରଛାତ୍ରୀ ୫ଶହରୁ ଅଧିକ ନମ୍ବର ରଖି ସଫଳତା ଅର୍ଜନ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories