ବୌଦ୍ଧ: ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ କରଡ଼ାପଡା ସ୍ଥିତ କପିଳେଶ୍ୱର ଶୈବପୀଠ ଠାରେ ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ କପିଳେଶ୍ୱର ବାବାଙ୍କୁ ଗଙ୍ଗା ଜଳରେ ଶ୍ରାବଣୀ ଜଳଲାଗି କରାଯାଇଛି। ଗୋଛାପଡା ବୋଲବମ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜଳଶାୟୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଖପାଖ ଅଞ୍ଚଳର ବୋଲବମ କମିଟିର ସଦସ୍ୟ ମାନଙ୍କ ସହିତ ବହୁ ଦୂର ଦୁରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଏଥିରେ ସମାଗମ ହୋଇଥିଲା।
Popular Categories



