www.samajalive.in
Sunday, December 14, 2025
14.1 C
Bhubaneswar

ସର୍ପାଘାତରେ କିଶୋର ମୃତ

ଫୁଲବାଣୀ:ସର୍ପାଘାତରେ ଜଣେ କିଶୋର(୧୮)ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ଘଟଣା ଘଟିଛି କନ୍ଧମାଳ ଜିଲା ରାଇକିଆ ବ୍ଳକର ଦୁର୍ଗମ କରଡ଼ା ପଂଚାୟତର ବରପଲ୍ଳୀ ଗ୍ରାମରେ। ଗ୍ରାମର ଦିବାକର ନାୟକଙ୍କ ୧୮ ବର୍ଷର ପୁଅ କାହ୍ନା ନାୟକ ରବିବାର ରାତ୍ରରେ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା ।ସେହି ସମୟରେ କାହ୍ନାର ପାଟି ଶୁଣି ପରିବାର ଲୋକେ ଧାଇଁ ପାଖକୁ ଆସିଥିବା ବେଳେ ସାପଟି ଚାଲିଯିବାର ଦେଖିଥିଲେ। ତୁରନ୍ତ ଆଖ ପାଖ ଲୋକେ ପହଞ୍ଚିବା ପରେ ପ୍ରଥମେ ଝଡ଼ାଫୁଙ୍କା କରିଥିଲେ ଓ ପରେ ନିଜ ଅଞ୍ଚଳରେ ସେଭଳି ଚିକିତ୍ସା ପାଇଁ ଅଧିକ ସୁବିଧା ନଥିବା ଯୋଗୁଁ ସୋରଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଲୋକେ ମୃତଦେହକୁ ଧରି ଆସି ଗ୍ରାମରେ ସତ୍କାର କରିଥିବା ବେଳେ ଖବର ପାଇ ସରପଞ୍ଚ ସାନୁଜ ପ୍ରଧାନ ପରିବାର ପାଖରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନରେ ତୁରନ୍ତ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ସ୍ତରରେ ଯେଭଳି ଅନ୍ୟ କିଛି ସହାୟତା ମିଳିପାରିବ ସେ ନେଇ ଚେଷ୍ଟା କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories