www.samajalive.in
Wednesday, December 10, 2025
15.1 C
Bhubaneswar

ପେଟ୍ରୋଲ, ଡିଜେଲଠାରୁ ବିମାନ ଇନ୍ଧନ ଶସ୍ତା

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। ତୈଳ ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ନିକଟରେ କେନ୍ଦ୍ର ସରକାର ତୈଳ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇଥିଲେ। ଅନ୍ୟପକ୍ଷରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ବିମାନ ଟର୍ବାଇନ୍‍ ଇନ୍ଧନ (ଏଟିଏଫ୍‍) ମୂଲ୍ୟରେ ବୃଦ୍ଧି ଘଟୁଛି। ଏହାର ପ୍ରଭାବରେ ଦେଶରେ ବିମାନ ଭଡା ମହଙ୍ଗା ହେଉଛି। ଏଥିପାଇଁ ସରକାର ବୁଧବାର ପେଟ୍ରୋଲ ଓ ଡିଜେଲ ଭଳି ବିମାନ ଟର୍ବାଇନ୍‍ ଇନ୍ଧନ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇଛନ୍ତି। ଏହି ଅନୁଯାୟୀ, ଗୁରୁବାର ଏଟିଏଫ୍‍ ମୂଲ୍ୟରେ ୨.୬% ହ୍ରାସ ଘଟିଛି। ଫଳସ୍ୱରୂପ ଦେଶରେ ପେଟ୍ରୋଲ ଏବଂ ଡିଜେଲ ତୁଳନାରେ ବିମାନ ଇନ୍ଧନ ଶସ୍ତା ହୋଇଛି। ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ୭୮ ଟଙ୍କା ୨୨ ପଇସା ଏବଂ ଡିଜେଲ ୮୨ ଟଙ୍କା ୩୬ ପଇସା ରହିଛି। ତେବେ କୌତୂହଳର ବିଷୟ ହେଉଛି ଉତ୍ପାଦ ଶୁଳ୍କ ହ୍ରାସ ପରେ ଏଟିଏଫ୍‍ ମୂଲ୍ୟ କିଲୋଲିଟର ପିଛା ୭୨ ଟଙ୍କା ୬୦ ପଇସାରେ ପହଞ୍ଚିଛି। ସମ୍ପ୍ରତି କେନ୍ଦ୍ର ସରକାର ଏଟିଏଫ୍‍ ଉପରେ ୧୪% ଉତ୍ପାଦ ଶୁଳ୍କ ନେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟଗୁଡିକ ଏଟିଏଫ୍‍ ଉପରେ ୩୦% ପର୍ଯ୍ୟନ୍ତ ଉତ୍ପାଦ ଶୁଳ୍କ ଲାଗୁ କରୁଛନ୍ତି। ତେବେ ଓଡ଼ିଶା ଓ ଛତିଶଗଡ ରାଜ୍ୟ ସରକାର କେବଳ ଏଟିଏଫ୍‍ ଉପରେ ୫% ପର୍ଯ୍ୟନ୍ତ ଉତ୍ପାଦ ଶୁଳ୍କ ନେଉଛନ୍ତି। ଏଟିଏଫ୍‍ ଉପରେ ସର୍ବାଧିକ ତାମିଲନାଡୁ ୨୯%, ମହାରାଷ୍ଟ୍ର ଏବଂ ଦିଲ୍ଲୀ ୨୫% ଓ କର୍ଣ୍ଣାଟକ ୨୮% ଉତ୍ପାଦ ଶୁଳ୍କ ଲାଗୁ କରିଛନ୍ତି। ଉତ୍ପାଦ ଶୁଳ୍କରେ ହ୍ରାସ ନିଷ୍ପତ୍ତି ପରେ ନୂଆଦିଲ୍ଲୀରେ ଆଜି ଏଟିଏଫ୍‍ ମୂଲ୍ୟ କିଲୋଲିଟର ପିଛା ୧୯୬୨ ଟଙ୍କା ବା ୬.୨% ହ୍ରାସ ଘଟି ୭୨,୬୦୫ ଟଙ୍କାରେ ପହଞ୍ଚିôଛି। ଯାହା ଫଳରେ ଲିଟର ପିଛା ଏହା ୭୨ ଟଙ୍କା ୬୦ ପଇସା ରହିଛି। ମୁମ୍ବଇରେ ଏଟିଏଫ୍‍ କିଲୋଲିଟର ପିଛା ୧୯୬୨ ଟଙ୍କା ରହିଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ୨୦୧୪ଠାରୁ ଦେଶରେ ଏଟିଏଫ୍‍ ମୂଲ୍ୟ ସର୍ବାଧିକ ରହିଛି। ଜୁଲାଇ ମାସଠାରୁ ଏଟିଏଫ୍‍ ମୂଲ୍ୟରେ ୯.୫% ବୃଦ୍ଧି ଘଟିଛି। ଗତବର୍ଷ ଜୁଲାଇର ମୂଲ୍ୟ ତୁଳନାରେ ଏହା ୫୮.୬% ଅଧିକ। ଅନ୍ୟପକ୍ଷରେ ପେଟ୍ରୋଲ ଡିଜେଲ ଭଳି ଏଟିଏଫ୍‍ ମଧ୍ୟ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‍ଟି) ପରିସରଭୁକ୍ତ ନୁହେଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories