ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦୁଡୁକି ଗ୍ରାମପଞ୍ଚାୟତର ୯ନମ୍ବର ୱାର୍ଡ ଅରାପାଜୁ ଗ୍ରାମରେ ଅଗଷ୍ଟ ୧ ତାରିଖରୁ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ଏକ ସପ୍ତାହରୁ ଅଧିକ ଦିନ ହେଲା ଅରାପାଜୁ ଗ୍ରାମର ୩ଟି ସାହି ଅନ୍ଧାରରେ ରହିଛି। ଦଳସାହି, ତେନ୍ତୁଲି ସାହି, ସ୍କୁଲ ସାହିର ମୋଟ ୭୦ରୁ ଊର୍ଦ୍ଧ୍ବ ପରିବାର ଅନ୍ଧାରରେ ଥିବାରୁ ଅରାପାଜୁ ଗ୍ରାମବାସୀ ସୋମବାର ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଦାବି ଦେବା ସମୟରେ ପ୍ରକାଶ କୁମାର ଦିଗାଲ, କମେଶ୍ୱର କହଁରଙ୍କ ନେତୃତ୍ୱରେ ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଉପସ୍ଥିତ ରହି ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି।
Popular Categories



