www.samajalive.in
Saturday, December 6, 2025
19.1 C
Bhubaneswar

iPhone 14: ପ୍ରଥମ ଥର ଭାରତରେ ତିଆରି ହେବ ଆପଲ୍‌ର ଟପ୍‌ ମଡେଲ, ଦାମ୍‌ ବି ରହିବ କମ୍

ଆପଲ୍‌ ନିଜ ଆଗାମୀ ସ୍ମାର୍ଟଫୋନ୍‌ iPhone 14କୁ ଭାରତରେ ତିଆରି କରିବାକୁ ପ୍ରସ୍ତୁତି ଚଳାଇଛି। ଏକ ରିପୋର୍ଟ ମୁତାବକ, ଭାରତରେ ହିଁ ତିଆରି ହେବ iPhone 14। ଏଥିସହ ଭାରତରୁ ଏହାକୁ ସମଗ୍ର ବିଶ୍ବକୁ ପଠାଯିବ। ତେବେ ଭାରତ ଏବଂ ଚୀନ୍ ମିଳିତ ଭାବେ ଆଇଫୋନ୍ ଶିପ୍‌ମେଣ୍ଟ କରିବେ। ଏପର୍ଯ୍ୟନ୍ତ ଭାରତରେ କେବଳ iPhone 11, iPhone 12 ଏବଂ iPhone 13 ଉତ୍ପାଦିତ ହୋଇଛି। ପ୍ରଥମ ଥର ପାଇଁ ଦେଶରେ  iPhoneର ଟପ୍‌ ମଡେଲ ତିଆରି କରାଯିବ।

ସିକ୍ୟୁରିଟୀ ଆନାଲିଷ୍ଟ ମିଙ୍ଗ ଚି କୁଓ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ଆପଲ୍ ଚୀନ୍ ସହ ମିଶି ଭାରତରୁ ଆଇଫୋନର ହାଇଏଣ୍ଡ ଲାଟେଷ୍ଟ ଫୋନ୍‌ ପଠାଇବା କାର୍ଯ୍ୟ ଆରମ୍ଭ କରିପାରେ। ମିଙ୍ଗ୍ ଚି କୁଓ ତାଙ୍କର ସର୍ବଶେଷ ସର୍ଭେ ଆଧାରରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କେବଳ iPhone 11, iPhone 12 ଏବଂ iPhone 13 ଉତ୍ପାଦିତ ହୋଇଛି ଏବଂ ଏହି ସମସ୍ତ ଆଇଫୋନ୍ ଚେନ୍ନାଇର ଫକ୍ସକନ୍ ପ୍ଲାଣ୍ଟରେ ତିଆରି ହୋଇଛି। ଆପଲ୍ ପାଇଁ ଆଇଫୋନ୍ ତିଆରି କରୁଥିବା ଫକ୍ସକନ୍ ପ୍ରଥମ ଥର ପାଇଁ ଉଭୟ ଭାରତ ଏବଂ ଚୀନଠାରୁ iPhone 14 ପଠାଇବା ଆରମ୍ଭ କରିବ।

- Advertisement -

iPhone 14ର ଦାମ୍‌ ମଧ୍ୟ କମ୍‌ ରହିବ:

ଆପଲ୍‌ ପକ୍ଷରୁ ଆସିବାକୁ ଥିବା ନୂଆ ଆଇଫୋନ୍‌ ସିରିଜ୍‌କୁ ଆସନ୍ତା ମାସ ସୁଦ୍ଧା ଲଞ୍ଚ୍‌ କରାଯାଇପାରେ। iPhone 14ର ଦାମ୍‌ ବିଷୟରେ ମଧ୍ୟ ଅନେକ ସୂଚନା ସାମ୍ନାକୁ ଆସିଛି। ଜଣାଶୁଣା ଟେକ୍ ସାମ୍ବାଦିକ ଡାନ୍ ଆଇଭସ୍ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, iPhone 14ର ଦାମ୍‌ iPhone 13 ସିରିଜ୍ ତୁଳନାରେ ୧୦୦ ଡଲାର ଅଧିକ ରହିବ। ଅର୍ଥାତ୍‌ iPhone 14ର ପ୍ରାରମ୍ଭିକ ମୂଲ୍ୟ ୮୯୯ ଡଲାର(ପ୍ରାୟ ୭୧,୨୩୨ ଟଙ୍କା) ହୋଇପାରେ। ଏହି ଫୋନ୍ ୬.୧ ଇଞ୍ଚ ସ୍କ୍ରିନ୍ ଏବଂ 3279mAh ବ୍ୟାଟେରୀ ସହିତ ଲଞ୍ଚ୍ ହୋଇପାରେ। ଏହାବ୍ୟତୀତ iPhone 14 ସିରିଜ୍‌କୁ ଆପଲ୍‌ର A15 ବାୟୋନିକ୍ ପ୍ରୋସେସର୍ ମିଳିବ ବୋଲି ଆଶା କରାଯାଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories