www.samajalive.in
Saturday, December 6, 2025
16.1 C
Bhubaneswar

ଧର୍ମଗଡ଼ରେ ଓବିସି, ଏସ୍‌ଟି, ଏସ୍‌ସି ମହାମଞ୍ଚର ଜନଗର୍ଜନ ସମାବେଶ ଓ ୧୦ଦଫା ଦାବିପତ୍ର ପ୍ରଦାନ

ଧର୍ମଗଡ଼: ଧର୍ମଗଡ଼ ବ୍ଲକ ଓବିସି-ଏସ୍‌ଟି-ଏସ୍‌ସି ମିଳିତ ମହାମଞ୍ଚ ତରଫରୁ ସୋମବାର ଧର୍ମଗଡଠାରେ ଜନଗର୍ଜନ ସମାବେଶ ଆୟୋଜିତ ହୋଇଯାଇଛି। ସମାବେଶରେ ସାମିଲ କର୍ମକର୍ତ୍ତା ପ୍ରଥମେ ବିଜୁ ଏକ୍ସପ୍ରେସ ୱେର ଗୋଡଭଞ୍ଜା ସ୍ଥିତ ଗୋଲେଇ ଛକଠାରେ ଠୁଳ ହେବା ପରେ ମଟର ସାଇକେଲ ରାଲିରେ ଧର୍ମଗଡ ସହର ପରିକ୍ରମା କରିଥିଲେ। ପରେ ଧର୍ମଗଡ କୋର୍ଟ ସମ୍ମୁଖରେ ଜନ ଗର୍ଜନ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ଯାଦବ ମହାସଂଘ କଳାହାଣ୍ଡି ଜିଲ୍ଲାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ ଅଧ୍ୟକ୍ଷତା‌ କରିଥିଲେ। ମୁଖ୍ୟତଃ ସଭାରେ ୧୦ଟି ଦାବି ଉଠିଥିଲା। ଦାବୀଗୁଡିକ ହେଲା ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷାରେ ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ୨୭% ସ୍ଥାନ ସଂରକ୍ଷଣ ପ୍ରଦାନ, ଜାତିଭିତିକ ଜନଗଣନା, ୩ୟ ଓ ୪ର୍ଥ ଶ୍ରେଣୀ ପଦବୀ ଏବଂ ପ୍ରାଥମିକ ଶିକ୍ଷକ ପଦବୀ CT, DIET, B.ED ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀ ଚୟନରେ ଜିଲ୍ଲାଭିତିକ କାର୍ଯ୍ୟ କରିବା, ଜିଲ୍ଲାର ଆଶ୍ରମ ସ୍କୁଲମାନଙ୍କରେ ଅନୁସୂଚୀତ ଛାତ୍ରଛାତ୍ରୀଙ୍କ ପାଇଁ ୩୦% ସଂରକ୍ଷଣ, ରାଜ୍ୟରେ ମଣ୍ଡଳ କମିଶନଙ୍କ ସମସ୍ତ ସୁପାରିଶ ଲାଗୁ, ମନରେଗାରେ ସବୁ ବର୍ଗର ଶ୍ରମିକମାନଙ୍କୁ ସମାନ ସମୟରେ ପାରିଶ୍ରମିକ ପ୍ରଦାନ ଅନ୍ତର୍ଭୁକ୍ତ ରହିଛି। ସଭା ଶେଷରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଚିନ୍ମୟ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। କାର୍ୟ୍ୟକ୍ରମରେ ମିଳିତ ମହାମଞ୍ଚର କର୍ମକର୍ତା ଦିଗାମ୍ବର ଦୁରିଆ , ଡାକେଶ୍ୱର ଲହଜଳ, ଡମ୍ବରୁଦ୍ଧର ଲହଜଳ, ରତନ ନାଏକ, ସେତୁରାମ ଭକ୍ତ, ଟିପିଗୁଡା ସରପଞ୍ଚ ହାତୀରମ ଦୁର୍ଗା, ଟିକେରାମ ସାହୁ, ଲବଣି ଯାଦବ, ଗଡ଼ିଆଜୋର ସମିତି ଶଙ୍କର ନାଏକ , ଯୁବ ଯାଦବ ନେତା ଲିଙ୍ଗରାଜ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories