www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରଦାର୍ପଣ କରିବ ଚୀନ୍‍ ଦଳ

ଭୁବନେଶ୍ୱର : ଆଉ ମାତ୍ର ୪୬ ଦିନ ପରେ କଳିଙ୍ଗ ଷ୍ଟାଡିୟମ୍‍ର ହକି କମ୍ପ୍ଲେକ୍ସରେ ଆୟୋଜନ ହେବ ୧୪ଶ ପୁରୁଷ ହକି ବିଶ୍ୱକପ୍‍। ଏହି ପ୍ରତିଯୋଗିତାରେ ଚଳିତ ଥର ନୂତନ ଦଳ ଭାବେ ଭାଗ ନେଇଥିବା ଚୀନ୍‍ ଉପରେ ଆମର ଏହି ସ୍ୱତନ୍ତ୍ର ଆଲୋକପାତ। ୧୯୭୩ରେ ଆରମ୍ଭ ହୋଇଥିବା ହକି ବିଶ୍ୱକପର ପ୍ରଥମ ସଂସ୍କରଣରେ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ। ୧୯୭୪ରେ ୨ୟ ସଂସ୍କରଣରେ ୧୨ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ୪ଟି ନୂତନ ଦଳ ସାମିଲ ହୋଇଥିଲେ। ୧୯୭୫ରେ ୩ୟ ସଂସ୍କରଣରେ ନୂତନ ଭାବେ ୨ଟି ଦଳ ସାମିଲ ହୋଇଥିଲେ। ୧୯୭୮ ୪ର୍ଥ ସଂସ୍କରଣରେ ୩ଟି ଓ ୧୯୮୨ରେ ୨ଟି ନୂତନ ଦଳ ସାମିଲ ହୋଇଥିଲେ। ୧୯୮୬ ଓ ୧୯୯୦ ବିଶ୍ୱକପରେ କୌଣସି ନୂତନ ଦଳ ସାମିଲ ହୋଇନଥିଲେ। ୧୯୯୪ରେ ପୂନର୍ବାର ୪ଟି ନୂତନ ଦଳ ହକି ବିଶ୍ୱକରେ ପ୍ରତିନିଧିତ୍ୱ କରିଥିଲେ। ୨୦୦୨ରେ ଗୋଟିଏ ନୂତନ ଦଳ ସାମିଲ ହୋଇଥିବା ବେଳେ ୨୦୦୬, ୨୦୧୦ ଓ ୨୦୧୪ରେ କୌଣସି ନୂତନ ଦଳ ସାମିଲ ହୋଇନଥିଲେ। ୨୦୧୮ ସଂସ୍କରଣରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ଚୀନ୍‍ ନୂତନ ଦଳ ଭାବେ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ପ୍ରଥମ ଥର ପାଇଁ ଚୀନ୍‍ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳିବା ଲାଗି ଯୋଗ୍ୟତା ହାସଲ କରିଛି। ପ୍ରତିଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିବାରେ ଏପର୍ଯ୍ୟନ୍ତ ବିଫଳ ହୋଇଥିବା ଚୀନ୍‍ ପଦାର୍ପଣ ବିଶ୍ୱକପରେ ଗ୍ରୁପ୍‍ ‘ବି’ରେ ଅଷ୍ଟ୍ରେଲିଆ, ଆୟରଲାଣ୍ଡ ଓ ଇଂଲଣ୍ଡ ସହିତ ସ୍ଥାନପାଇଛି। ଦଳ ନଭେମ୍ବର ୩୦ରେ ଇଂଲଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଅନ୍ତର୍ଜାତୀୟ ସ୍ତରରେ ଅଲିମ୍ପିକ୍‍ସ, ହକି ବିଶ୍ୱ ଲିଗ୍‍, ଏସୀୟ କ୍ରୀଡ଼ା, ଏସିଆ କପ୍‍ ଓ ଏସିଆନ ଚମ୍ପିଆନ୍‍ସ ଟ୍ରଫି ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ ମଧ୍ୟ ଟାଇଟଲ ହାସଲ କରିବାରେ ବିଫଳ ହୋଇଛି। ୨୦୧୩ ଏସିଆନ ଚମ୍ପିଆନ୍‍ସ ଟ୍ରଫିରେ ୪ର୍ଥ ସ୍ଥାନ ଚୀନ୍‍ର ଶ୍ରେଷ୍ଠ ସଫଳତା ରହିଛିି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ମାନ୍ୟତା ତାଲିକାରେ ୧୭ତମ ସ୍ଥାନରେ ଥିବା ଚୀନ ପ୍ରଦାର୍ପଣ ବିଶ୍ୱକପରେ କିଛି ନୂତନ ଚମକ ଦେଖାଇବା ନେଇ ଆଶାରଖିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories