www.samajalive.in
Tuesday, December 9, 2025
16.1 C
Bhubaneswar

ରାଜରାସ୍ତାରେ ଗାଈଗୋରୁ; ଯାନବାହାନ ଚଳାଚଳ ବାଧାପ୍ରାପ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ବିଭିନ୍ନ ସ୍ଥାନରେ ବୁଲା କୁକୁର ଗାଈଗୋରୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରହୁଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଗାଈଗୋରୁ, କୁକୁରମାନେ ତ୍ରିପାଠୀସାହି, ବ୍ୟାଙ୍କ, ମନ୍ଦିର, ଲ୍ୟାମ୍ପ, ଥାନା ସମ୍ମୁଖରେ ଓ ମୁଖ୍ୟବଜାର ରାସ୍ତା ଉପରେ ଆଡ୍ଡା ଜମାଇ ରହିଥାନ୍ତି। ଛୋଟ ବଡ଼ ଯାନବାହନ ଚଳାଚଳ କରୁଥିବା ବେଳେ ଗାଈଗୋରୁ ପାଇଁ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି। ରାତ୍ରକାଳରେ ଛାତ୍ରଛାତ୍ରୀମାନେ ଟିଉସନ ସାରି ଘରକୁ ସାଇକେଲ ବା ଚାଲିକି ଯାଉଥିବା ବେଳେ ରାସ୍ତା ଅନ୍ଧାର ହୋଇଥିବା ଯୋଗୁଁ ଗାଈଗୋରୁକୁ ଝୁଣ୍ଟି ପଡି ଖଣ୍ଡିଆଖାବରା ହେଉଛନ୍ତି। ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଗାଈଗୋରୁ ଫସଲ ନଷ୍ଟ କରିଦେବେ ବୋଲି ଗାଁ ଆଡକୁ ଘଉଡ଼ାଇ ଦେଇଥାନ୍ତି। ଯାହାଫଳରେ ଗାଈଗୋରୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରହି ରାସ୍ତାକୁ ଗୁହାଳ ପରି କରି ରଖୁଛନ୍ତି। ସଦରରେ କାଞ୍ଚିଆ ଗୃହ(ବନ୍ଦୀଶାଳ) ରହିଛି। କିନ୍ତୁ ତାହା କାର୍ଯ୍ୟରେ ଲାଗୁନି। ଯାହାଫଳରେ ଗାଈଗୋରୁମାନେ ରାସ୍ତା ଉପରେ ଆଡ୍ଡା ଜମାଇ ରହୁଛନ୍ତି। ପ୍ରଶାସନ ଓ ଜନପ୍ରତିନିଧି ହସ୍ତକ୍ଷେପ କରିବା ସହ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories