ଅପରାହ୍ନ @୩ଟା ମୁଖ୍ୟ ଖବର
ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦେଶକ ହେଲେ ଡ. ଏନ କଲାଇସେଲ୍ଭି
ସ୍ବାଧୀନତା ଦିବସ ପୂର୍ବରୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)କୁ ବଡ଼ ସଫଳତା.. ରାଜଧାନୀ ଦିଲ୍ଲୀର ବାଟ୍ଲା ହାଉସରୁ ଆଇଏସଆଇଏସର ସକ୍ରିୟ ସଦସ୍ୟ ଗିରଫ..
ନିତି ଆୟୋଗ ବୈଠକରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି..
ମଣିପୁରରେ ୫ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ.. ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି..ମଣିପୁରରେ ବିଷ୍ଣୁପୁରରେ ତିନିରୁ ଚାରି ଜଣ ଯୁବକ ଏକ ଭ୍ୟାନରେ ନିଆଁ ଲଗାଇବା ଘଟଣା ପରେ ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି..ଏହା ବ୍ୟତୀତ ପ୍ରଶାସନ ଆସନ୍ତା ଦୁଇମାସ ପାଇଁ ଚୁରାଚନ୍ଦପୁର ଏବଂ ବିଷ୍ଣୁପୁରରେ ୧୪୪ ଧାରା ଲାଗୁ କରିଛି..
ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର… ଏକା ବେଳେ ବଢ଼ିଲା ୩୮ ପ୍ରତିଶତ ଭତ୍ତା… ଏଣିକି ଦୈନିକ ୪୧୬ ଟଙ୍କା ପାଇବେ ଗୃହରକ୍ଷୀ… ମାସକୁ ମିଳିବ ୧୨,୨୮୦ ଟଙ୍କା.. ପୂର୍ବରୁ ଗୃହରକ୍ଷୀମାନଙ୍କୁ ମାସିକ ମିଳୁଥିଲା ୯୦୦୦ ଟଙ୍କା…
ଇତିହାସ ରଚିଲା ଇସ୍ରୋ… ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେଲା କ୍ଷୁଦ୍ର ସାଟେଲାଇଟ୍ ‘ଆଜାଦୀ ସ୍ୟାଟ୍’… ‘ଏସଏସଏଲଭି-ଡି୧’-ଇଓଏସ-୦୨ର ଉତ୍କ୍ଷେପଣ ହୋଇଛି.. ଏହାର ଡିଜାଇନ୍ ନିର୍ମାଣ କରିଥିଲେ ୭୫୦ଜଣ ଛାତ୍ରୀ…
ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ…ଆଜିବି ରାଜ୍ୟରେ ଚିହ୍ନଟ ହେଲେ ୭୩୦ ପଜିଟିଭ୍… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୩୦ ଆକ୍ରାନ୍ତ… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ଆଉ ୮୮୨ଜଣ… ସେପଟେ ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୧୮,୭୩୮ ନୂଆ ମାମଲା.. ୪୦ ମୃତ….
କୋଲକାତାର ଜାତୀୟ ମ୍ୟୁଜିୟମରେ ଓଡ଼ିଆ ସିଆଇଏସଏଫ୍ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ.. ଉପରୋକ୍ତ ଅଫିସରଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଯବାନ… ଜଣେ ଏଏସ୍ଆଇ ମୃତ.. ଅନ୍ୟ ଜଣେ ଆହତ.. କନଷ୍ଟେବଳଙ୍କୁ କାବୁ କରିବାକୁ ନାକେଦମ ହେଲା ପୁଲିସ..
ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଶାହା… ସଂଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଗୃହମନ୍ତ୍ରୀ… କାଲି ସକାଳେ ପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଦର୍ଶନ.. ପରେ କଟକରେ ସିଆରପିଏଫର ସୁରକ୍ଷା ସମୀକ୍ଷା କରିବେ ଶାହା…
ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା… ଆଜି ବି ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ସୂଚନା ଦେଲା ପାଣିପାଗ ବିଭାଗ…. ଆସନ୍ତା ୧୦ ତାରିଖ ଯାଏ ଭିଜିବ ଓଡ଼ିଶା… ସମୁଦ୍ର ରହିବ ଅଶାନ୍ତ… ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା…
Comments are closed.