www.samajalive.in
Sunday, December 14, 2025
16.1 C
Bhubaneswar

ନବରଙ୍ଗପୁର କଲେଜ ସ୍ବର୍ଣ୍ଣ ଜୟନ୍ତୀ ପାଳନ କମିଟି ଚୟନ

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଯାଉଛି। ଏହି ପାଳନ ପାଇଁ ଗତ କିଛି ମାସ ଧରି ପର୍ୟ୍ୟାୟ କ୍ରମେ କଲେଜ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଶନିବାର କଲେଜ ପରିସର ସ୍ଥିତ ସ୍ମାର୍ଟ କ୍ଲାସ ରୁମରେ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ବିଭିନ୍ନ କମିଟି ଗଠନ କରାଯାଇଥିଲା। ପ୍ରତିକୂଳ ପାଗ ସତ୍ୱେ ବୈଠକରେ ବିଭିନ୍ନ ପ୍ରାନ୍ତରୁ ପୂର୍ବତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ବୈଠକ ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ ସ୍ବର୍ଣ୍ଣ ଜୟନ୍ତୀ ପାଳନର ସୂଚାରୁ ରୂପେ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରିବା ପାଇଁ ଉପସ୍ଥିତ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ କରିଥିଲେ। ଏଥିରେ ପାଣ୍ଠି ଗଠନ କମିଟି, ଅଭ୍ୟର୍ଥନା କମିଟି, ଲୋକ ସମ୍ପର୍କ କମିଟି, ଇଭେଣ୍ଟ କମିଟି, ଅର୍ଥ ଓ ଆତିଥ୍ୟ କମିଟି, ମାର୍କେଟିଂ କମିଟି, ଖାଦ୍ୟ କମିଟି ଏବଂ ସ୍ମରଣୀକା କମିଟି ଗଠନ କରିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା।

ପାଣ୍ଠି ସଂଗ୍ରହ କମିଟିରେ ଗଣେଶ ଦାଶ, ସରୋଜ ପାତ୍ର, ପ୍ରଭାକର ପାତ୍ର, ମାନସ ରଞ୍ଜନ ଦାଶ, ଅଖିଳ ଭତ୍ରା, ସୀମାଞ୍ଚଳ ଦାଶ, ତାପସ ତ୍ରିପାଠୀ, ମନୋହର ରନ୍ଧାରୀଙ୍କୁ ଚୟନ କରାଯାଇଛି। ଅଭ୍ୟର୍ଥନା କମିଟି ସଦସ୍ୟ ଭାବେ ଜିଲ୍ଲାପାଳ ଅଧ୍ୟକ୍ଷ ରୂପେ ରହିବାକୁ ଥିବାବେଳେ ସଦସ୍ୟ ରୂପେ ଲୋକ ପ୍ରତିନିଧି, ନନ୍ଦହାଣ୍ଡି ବ୍ଲକ ଅଧ୍ୟକ୍ଷ, ସରୋଜ ପାତ୍ର, ପ୍ରଭାକର ପାତ୍ର, ମାନସ ଦାଶ, ଅମିତାଭ ତ୍ରିପାଠୀ, ସଙ୍ଗୀତା ତ୍ରିପାଠୀଙ୍କୁ ଚୟନ କରାଯାଇଛି। ଲୋକ ସମ୍ପର୍କ କମିଟିରେ ଶିବ ଶଙ୍କର ତ୍ରିପାଠୀ, କିଶୋର ପଟନାୟକ, ସରୋଜ ବେହେରା, ରାମ ପ୍ରସାଦ ପାତ୍ର, ବିକ୍ରମ ଦାଶ, ଶ୍ରୀକାନ୍ତ ପଣ୍ଡା, ରବି ପ୍ରସାଦଙ୍କୁ ଚୟନ କରାଯାଇଥିଲା। ଇଭେଣ୍ଟ କମିଟିରେ ମନୋଜ ପଟ୍ଟନାୟକ ସୁରେଶ ମହାନ୍ତି, ଦେବଦାସ ମହଙ୍କୁଡ, ଦିଲୀପ ହୋତା, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ସୁରେଶ ମିଶ୍ର, ଦୁର୍ଗା ପାଢ଼ୀ, ସଙ୍ଗୀତ ତ୍ରିପାଠୀ, ସୁମିତ ପାଳ ଆଶୁତୋଷ ତ୍ରିପାଠୀ, ସୂମିତ ପୂଜାରୀ, ଆଲୋକ ସାହୁ, ଅମୁଲ୍ୟ ସାହୁ। ଅର୍ଥ ଓ ଆତିଥ୍ୟ କମିଟି ସଦସ୍ୟ ଭାବେ ଗଣେଶ ଦାସ, ପ୍ରଭାକର ପାତ୍ର, ଶଶାଙ୍କ ଶେଖର ତ୍ରିପାଠୀ, ଅଜିତ ପାତ୍ର, ପ୍ରଶାନ୍ତ ମିଶ୍ର, ମନୋଜ ପଟ୍ଟନାୟକ, ମନୋଜ ପାଢ଼ୀ, ସଂଗୀତା ତ୍ରିପାଠୀ। ମାର୍କେଟିଂ କମିଟି ର ସଦସ୍ୟ ଭାବେ ବୁଲୁ ହୋତା, ଦୁର୍ଗା ପାଢ଼ୀ, ପ୍ରସନ୍ନ ପଟ୍ଟନାୟକ, ମନୋଜ ପାଢ଼ୀ। ଖାଦ୍ୟ କମିଟି ର ସଦସ୍ୟ ଭାବେ ମନୋଜ ପାଢ଼ୀ, ସରୋଜ ପାତ୍ର, ଦୁର୍ଗା ପାଢ଼ୀ, ମାନସ ଦାସ, । ସ୍ମରଣିକା କମିଟି ସଦସ୍ୟ ଭାବେ ସଙ୍ଗୀତ ତ୍ରିପାଠୀ, ମନୋଜ ପଟ୍ଟନାୟକ, ଦିଲୀପ ହୋତା, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଦୁର୍ଗା ପାଢ଼ୀ, ସ୍ୱର୍ଣଲତା ପଟ୍ଟନାୟକ, ଅମୂଲ୍ୟରତ୍ନ ସାହୁ। ଏହି କମିଟି ଗୁଡିକରେ ଚୟନ ହୋଇଥିବା ସଦସ୍ୟ ମାନଙ୍କ ସହ ଆସନ୍ତା ଅଗଷ୍ଟ ୨୮ ତାରିଖରେ ହେବାକୁ ଥିବା ବୈଠକରେ ଉପସ୍ଥିତ ରହି ଅନ୍ୟ ପୁରାତନ ଛାତ୍ର ଛାତ୍ରୀ ମାନେ ନିଜ ସହମତି ଜଣାଇ କମିଟି ମାନଙ୍କରେ ନିଜକୁ ସାମିଲ କରାଇ ପାରିବେ ବୋଲି କଲେଜ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳ ବୈଠକ ଶେଷରେ ସୂଚନା ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories