ଆବେଦନ କଲେ ରତ୍ନଭଣ୍ଡାର ଯାଞ୍ଚ କରିବୁ-ଅଧିକ୍ଷଣ ପ୍ରତ୍ନତତ୍ତ୍ବବିତ
ଭୁବନେଶ୍ବର: ରତ୍ନଭଣ୍ଡାର ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସଆଇ) ଅଧିକ୍ଷଣ ପ୍ରତ୍ନତତ୍ତ୍ବବିତ ଅରୁଣ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି ଯେ ରତ୍ନଭଣ୍ଡାର ସ୍ଥିତି ପରୀକ୍ଷା ପାଇଁ ଆବେଦନ ଆସିଲେ ପଦକ୍ଷେପ ନେବୁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବେଦନ କରାଗଲେ ଆମେ ପଦକ୍ଷେପ ଗ୍ରହଣ କରିବୁ। ରତ୍ନଭଣ୍ଡାର ସ୍ଥିତି ପରୀକ୍ଷା ପାଇଁ ଆବେଦନ କଲେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରାଯିବ। ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ଭୁବନେଶ୍ବର କେନ୍ଦ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.