ମୂର୍ତ୍ତି କାରିଗରଙ୍କ ଗ୍ରାମ ପାଲଟିଛି କିଶିନାପୁର
ସାଲେପୁର: ସାଲେପୁର ବ୍ଲକର କିଶିନାପୁର ଗ୍ରାମ ଏବେ ମୂର୍ତ୍ତି କାରିଗରଙ୍କ ଗ୍ରାମ ପାଲଟିଛି। ଏଠାରେ ଘରେ ଘରେ ଚାଲିଛି ମାଟି ତିଆରି ସୁନ୍ଦର ସୁନ୍ଦର ମୃଣ୍ମୟ ମୂର୍ତ୍ତି କାମ। ଆଗକୁ ଖୁଦୁରୁକୁଣୀ, ଗଣେଶ ପୂଜା ଆସୁଥିବାରୁ ଏବେ ଚଳଚଞ୍ଚଳ ହୋଇ ପଡିଛି ଏହି କିଶିନାପୁର ଗ୍ରାମ। ପିଲାଠାରୁ ମହିଳା ଏବଂ ଘରର ପୁରୁଷ ଲୋକମାନେ ମୂର୍ତ୍ତି ଗଢିବାରେ ଲାଗି ପଡିଛନ୍ତି। ଆଉ ଏହି ସୁନ୍ଦର ସୁନ୍ଦର ମୂର୍ତ୍ତି କିଣିବା ପାଇଁ କଟକ, ଭୁବନେଶ୍ୱରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଲୋକମାନେ ଆସୁଛନ୍ତି।
Comments are closed.