www.samajalive.in
Tuesday, December 9, 2025
17.1 C
Bhubaneswar

ବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା

ବାଙ୍କୀ: ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଗୁରୁବାର ବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଯଥାକ୍ରମେ ବରିଷ୍ଠ, କନିଷ୍ଠ ଓ ସର୍ବକନିଷ୍ଠ ବିଭାଗର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବ୍ଲକ ଶିକ୍ଷାଧିକାରୀ ଏବଂ ଡମପଡ଼ା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନେ ଉପଖଣ୍ଡସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀଙ୍କ ସଞ୍ଜୋଜନାରେ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ସଞ୍ଚାଳିତ ବକ୍ତୃତା ପ୍ରତିଯୋଗିତା ବରିଷ୍ଠ ବିଭାଗରେ ଢଁସର କୃଷକ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ରାହୁଲ ପରିଡ଼ା(୧ମ), ସାଧବ ସମାଜ ବିଦ୍ୟାନିକେତନର ୧୦ମ ଶ୍ରେଣୀର ଛାତ୍ରୀ ଆର୍ଯ୍ୟା କୁମାରୀ ଶର୍ମିଷ୍ଠା(୨ୟ) ଏବଂ ବୈଦେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ରୁଦ୍ରନାରାୟଣ ବେହେରା(୩ୟ) ସ୍ଥାନ ଅଧିକାର କରିଛନ୍ତି। ସେହିପରି କନିଷ୍ଠ ବିଭାଗରେ ଗୋବିନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୭ମ ଶ୍ରେଣୀର ଛାତ୍ରୀ ଭାଗ୍ୟଶ୍ରୀ ଦିକ୍ଷିତ(୧ମ), ତୂଳସୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ସନ୍ଦିପା ଶୁଭଦର୍ଶିନୀ ସାହୁ(୨ୟ), ମଇଯୋରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ର ଇଶ୍ୱର କୁମାର ରାଉତ(୩ୟ) ସ୍ଥାନ ଅଧିକାର କରିଛନ୍ତି। ସର୍ବକନିଷ୍ଠ ବିଭାଗରେ ଚକାପଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ରୀ ସୂର୍ଯ୍ୟଶିଖା ପ୍ରଧାନ(୧ମ), ରଜୀବ ଭଗବତୀ ନୋଡାଲ ଉପ୍ରା ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରୀ ସ୍ୱୟଂପ୍ରଭା କର(୨ୟ) ଓ ହରିରାଜପୁର ତୋଟାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ର ଓମପ୍ରକାଶ ରଣା(୩ୟ) ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଅନୁରୂପ ଭାବରେ ସ୍ଥାନୀୟ ଚର୍ଚ୍ଚିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ମହାପାତ୍ର(୧ମ), ସରଣ୍ଡା ବିଦ୍ୟାପୀଠ ୧୦ମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ପୁହାଣ(୨ୟ), ଗୋବିନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଏମକେ ଲେନିନ୍‍(୩ୟ), କନିଷ୍ଠ ବିଭାଗରେ ସାମନ୍ତରାପୁର ସରକାରୀ ଉପ୍ରା ବିଦ୍ୟାଳୟର ୬ଷ୍ଠ ଶ୍ରେଣୀ ଛାତ୍ର ଅଞ୍ଜନେୟ ପ୍ରସାଦ ହୋତା(୧ମ), ଘୋଡାବର ଉପ୍ରା ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ରୀ ସ୍ମରଣିକା ବେହେରା(୨ୟ), ସଚ୍ଚଳାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ଶୁଶ୍ରୀ ସଂଗୀତା ପଲ୍ଲେଇ(୩ୟ) ଏବଂ ସର୍ବକନିଷ୍ଠ ବିଭାଗରେ ବାଆଁରା ଉପ୍ରା ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ବାରିକ(୧ମ), ମକୁନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀ ତୃପ୍ତିମୟୀ ସେଠୀ(୨ୟ) ଓ ବ୍ରହ୍ମପୁରା ପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରୀ ଦିବ୍ୟାଶା ଗୁରୁ(୩ୟ) ସ୍ଥାନ ଅଧିକାର କରି ପୁରସସ୍କୃତ ହେବାପାଇ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଭୟ ପ୍ରତିଯୋଗିତାକୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବେହେରା, ଲତିକା ଦେଈ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories