www.samajalive.in
Saturday, December 6, 2025
26.1 C
Bhubaneswar

ରଗଡ଼଼ି ସେବା ସମବାୟ ସମିତିର ପରିଚାଳନା ପରିଷଦ ବୈଠକ

ବାଙ୍କୀ: ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ରଗଡ଼଼ି ସେବା ସମବାୟ ସମିତି ପରିଚାଳନା ପରିଷଦର ୧ମ ବୈଠକ ସଭାପତି ଉଦିପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେବା ସମବାୟ ସମିତିର ସମ୍ପାଦକ ରଞ୍ଜନ କୁମାର ସେଠୀ ସମସ୍ତ ଉପସ୍ଥିତ ପରିଚାଳନା ସମିତିର ନିର୍ଦ୍ଦେଶକମାନଙ୍କୁ ପରିଚାଳନା ପରିଷଦ ବୈଠକକୁ ସ୍ୱାଗତ ଜଣାଇ ସେବା ସମବାୟ ସମିତିର ବିବରଣୀ ପ୍ରଦାନ କରିଥିଲେ। ଉପସଭାପତି ଲତାମଣି ଦେଈ, ସଦସ୍ୟ କୃଷ୍ଣ ରଞ୍ଜନ ରଣା, ବିଜୟ କୁମାର ମହାନ୍ତି, ଭାଗିରଥି ପାଣି, ଲକ୍ଷ୍ମଣ ପରିଡ଼ା, କୋକିଳ ଦେଈ, ବେଣୁଧର ପ୍ରଧାନ, ବଶନ୍ତ କୁମାର ନାହା, ସତ୍ୟନାରାୟଣ ବେହେରା, ଦାଶରଥି ସାହୁ, ଜଗନ୍ନାଥ ନାଥ, ଅଲେଖ ଦାସ, ପବିତ୍ର ରଣା, ପ୍ରତିମା ବେହେରା ପ୍ରମୁଖ ପରିଷଦ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେବା ସମବାୟ ସମିତି ପକ୍ଷରୁ ସମସ୍ତ ସଦସ୍ୟ, ସଭାପତି ଓ ଉପସଭାପତିଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ରଗଡ଼଼ି ସେବା ସମବାୟ ସମିତିର ବିକାଶ ପାଇଁ ସମସ୍ତଙ୍କର ସହଯୋଗକୁ ଆହ୍ୱାନ କରାଯାଇଥିବା ସୂଚନା ମିଳିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories