www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱାଧୀନତା ଦିବସ ନିମନ୍ତେ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା

ବାଙ୍କୀ: ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମକୁ କୋଭିଡ୍‍ କଟକଣା ସହ ସମ୍ପର୍ଣ୍ଣ କରିବା ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ୱାବଧାନରେ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରତିଯୋଗୀତାରେ ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଛନ୍ତି। ଆଜାଦିକା ଅମୃତ ମହୋତ୍ସବ ଶୀର୍ଷକ ବକ୍ତୃତା ପ୍ରତିଯୋଗୀତାରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବିଜ୍ଞାନ ବିଭାଗର ୨ୟ ବର୍ଷର ଛାତ୍ରୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ (୧ମ),+୩କଳା ବିଭାଗର ୨ୟ ବର୍ଷର ଛାତ୍ର ମଦନମୋହନ କର(୨ୟ) ଏବଂ ମଧୁସ୍ମିତା ନାୟକ(୩ୟ) ସ୍ଥାନ ଅଧିକାର କରିଛନ୍ତି। ସେହିପରି ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟର +୩ ୪୧ମ ବର୍ଷର ଛାତ୍ରୀ ମଧୁସ୍ମିତା ସ୍ୱାଇଁ ଏବଂ ଅଂଶୁପା କନିଷ୍ଠ ମହାବିଦ୍ୟାଳୟର +୨ ଦ୍ବିତୀୟ ବର୍ଷର ଛାତ୍ର ଅମୀୟ ପ୍ରକାଶ ରାଉତ ପ୍ରତିଯୋଗୀତାରେ ସାନ୍ତ୍ୱନା ମୂଳକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୂଚନା କ୍ରମରେ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରସ୍କାର ପ୍ରଦାନ କରାଯିବାର ଘୋଷଣା କରାଯାଇଛି। ପ୍ରତିଯୋଗୀତାରେ ବିଚାରକ ଭାବରେ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ଇଂ. ସତ୍ୟବ୍ରତ ରଥ ଓ ଅକ୍ଷୀଳ ଚନ୍ଦ୍ର ବୀରବର ହରିଚନନ୍ଦନ ପ୍ରମୁଖ ପରିଚାଳନା କରିଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀଙ୍କ ସଞ୍ଜୋଜନାରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories