www.samajalive.in
Sunday, December 14, 2025
26.1 C
Bhubaneswar

ବ୍ଲାକ ଟି ପିଅନ୍ତୁ, ନୀରୋଗ ରୁହନ୍ତୁ

ବର୍ଷା ହେଉ କି ଖରା, ପ୍ରତ୍ୟେକ ସମୟରେ ଚାହା ପିଇବା ଲୋକଙ୍କର ଏକ ଅଭ୍ୟାସ। ଚାହା ପିଇବା ଦ୍ୱାରା ଶରୀରକୁ ଆଶ୍ୱସ୍ତି ମିଳିଥାଏ। ଠିକ ସେହିପରି ଏକ କପ ବ୍ଲାକ ଟି ଶରୀରକୁ ଶକ୍ତି ଦେଇଥାଏ। ଚାହାରେ ଅନେକ ପ୍ରକାରର ଲାଭ ରହିଥାଏ। କିନ୍ତୁ ବ୍ଲାକ ଟି ପିିଇବା ଦ୍ୱାରା ମଧ୍ୟ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏହା ପିଇବା ଦ୍ୱାରା ଆମକୁ ସତେଜ ଅନୁଭବ ହୋଇଥାଏ। ଆସନ୍ତୁ ଜାଣିବା ବ୍ଲାକ ଟି ପିଇବା ଦ୍ୱାରା ଶରୀରକୁ କ’ଣ ଲାଭ ହୋଇଥାଏ।
ବ୍ଲାକ ଟିକୁ ପ୍ରତ୍ୟେକ ଦିନ ସକାଳେ ପିଅନ୍ତୁ। ଏହା ପିଇବା ଦ୍ୱାରା ମନୁଷ୍ୟ ଶରୀରରେ ଥିବା କ୍ୟାନସର କୋଷ ଗୁଡିକ ନଷ୍ଟ ହୋଇଯାଏ। ଏବଂ ଫୁସଫୁସ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା ପାଇ ପାରିବା।
ବ୍ଲାକ ଟି ପିଇବା ଦ୍ୱାରା ମସ୍ତିଷ୍କର କୋଷଗୁଡିକୁ ସୁସ୍ଥ ରଖିଥାଏ। ରକ୍ତ ପ୍ରବାହକୁ ମଧ୍ୟ ଭଲ କରିବା ପାଇଁ ଏହା ସହାୟକ ହୋଇଥାଏ। ଦିନକୁ ପ୍ରାୟ ୪କପ ବ୍ଲାକ ଟି ପିଇବା ଦ୍ୱାରା ଅବସାଦ କମ ହୋଇଥାଏ।
ସକାଳେ ଏକ କପ ବ୍ଲାକ ଟି ପିଇବା ଦ୍ୱାରା ହୃଦ୍‍ ରୋଗରୁ ମୁକ୍ତି ମିଳିଥାଏ। ବ୍ଲାକ ଟିରେ ଥିବା ଫ୍ଲେଭେନୋଏଡ୍ସ ଏଲଡିଏଲ କୋଲେଷ୍ଟ୍ରଲକୁ କମ କରିଥାଏ। ବ୍ଲାକ ଟିରେ ଥିବା କେଫିନ, କଫି ବା କୋଲା ତୁଳନାରେ ଅଧିକ ଲାଭକାରୀ ହୋଇଥାଏ। ଏହା ଆପଣଙ୍କ ମସ୍ତିଷ୍କକୁ ସତର୍କ ରଖିଥାଏ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories